Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ସମଲେଶ୍ୱରୀ ଦୃଷ୍ଟିହୀନ ଭଜନ ମେଲୋଡିରେ ଦର୍ଶକ ବିଭୋର, ସାହାଯ୍ୟ ସହଯୋଗ ପାଇଁ ନିବେଦନ

ଚିପିଲିମା,ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସରଗୁଲ ଗ୍ରାମରୁ ମାଁ ସମଲେଶ୍ୱରୀ ଦୃଷ୍ଟିହୀନ ଭଜନ ମେଲୋଡି ଗ୍ରୁପ ଚିପିଲିମାକୁ ଆସି ରାସ୍ତା କଡରେ ସନ୍ଧ୍ୟାରେ ମେଲୋଡି ପ୍ରଦର୍ଶନ କରିଥିବାବେଳେ, ଦର୍ଶକମାନଙ୍କ ମନକୁ ବେଶ ଜିଣି ପାରିଛନ୍ତି l ଦୃଷ୍ଟିହୀନ ତିଳକ ସେଠୀଙ୍କ ନେତୃତ୍ୱରେ ଗଠିତ ଭଜନ ମେଲୋଡିରେ ୮ଜଣ ଦୃଷ୍ଟିହୀନ କଳାକାର ରହିଥିବାବେଳେ, ଏକ ଦାନବାକ୍ସ ରଖି ସୁନ୍ଦର ସୁନ୍ଦର ଭଜନମାନ ମେଲୋଡି ପ୍ରଦର୍ଶନ କରିଥିଲେ, ଯାହାକି ଦର୍ଶକମାନଙ୍କ ମନକୁ ବିଭୋର କରିଥିଲା l ଫଳରେ ଅନେକ ଆର୍ଥିକ ସହଯୋଗର ସୁଅ ଛୁଟିଥିବାବେଳେ, ଅନେକେ ସହୃଦୟ ବ୍ୟକ୍ତି ବିଶେଷ ରାସନ ସାମଗ୍ରୀ, ଜଳଖିଆ, ପାଣିବୋତଲ, ଆଦି ଦୃଷ୍ଟିହୀନ ଭଜନ ମେଲୋଡି ଗ୍ରୁପକୁ ସହଯୋଗ କରିଥିଲେ l ଦୃଷ୍ଟିହୀନ ମାନଙ୍କ କଳାକୁ ଦେଖି ଏପରି ଦିବ୍ୟାଙ୍ଗ କଳାକାର ମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ କରି ବିଭିନ୍ନ ପର୍ଯଟନସ୍ଥଳୀ , ଲୋକ ମହୋତ୍ସବ, ଧନୁଯାତ୍ରା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ଏହି ଦୃଷ୍ଟିହୀନ ମେଲୋଡି ଦଳକୁ ସୁଯୋଗ ଦେବାକୁ ସଚେତନ ମହଲରେ ଦାବି ହେଉଛି l ଏହି ଦୃଷ୍ଟିହୀନ ଭଜନ ମେଲୋଡି ଗ୍ରୁପ ମ୍ୟାନେଜର ତିଳକ ସେଠି କହିଛନ୍ତି ବିବାହ, ବ୍ରତ, ଲୋକ ମହୋତ୍ସବ, ଗୃହ ପ୍ରତିଷ୍ଠା, ପୂଜା କାର୍ଯ୍ୟକ୍ରମ ଭଳି କାର୍ଯ୍ୟକ୍ରମ ମାନଙ୍କରେ ମୋବାଇଲ ନଂ ୬୩୭୦୭,୮୭୯୯୩ ରେ ଯୋଗାଯୋଗ କରିବାକୁ ବିନମ୍ର ନିବେଦନ କରିଛନ୍ତି l