କାଦୋଦର କଲେଜରେ ଏଡସ ସଚେତନତା କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ସ୍ଥିତ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ରେଡ଼ ରିବନ କ୍ଲବ ର ମିଳିତ ଆନୁକୂଲ୍ୟରେ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ ବଲ୍ଳଭ ପୁରୋହିତଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନ ର ସଂପାଦକ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପଢି ଯୋଗ ଦେଇଥିଲେ I ସମ୍ମାନିତ ଅତିଥି ଭାବରେ କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ କ୍ରସ କାଉନସେଲର ତଥା ଅଧ୍ୟାପକ କିଶୋର କୁମାର ସାହୁ ଯୋଗଦେଇ ଏଡ୍‌ସ ରୋଗ ର ଭୟାବହତା , ଏଡ୍‌ସ ରୋଗର କାରଣ , ନିରାକରଣ , ବିଶ୍ଵ ତଥା ଭାରତ ଏବଂ ଓଡ଼ିଶାରେ ଏହାର ସ୍ଥିତି , ଇତିହାସ , ବ୍ୟାପକତା , ନିରାକରଣରେ ଯୁବସମାଜ କିପରି ସାହାଯ୍ୟ ହୋଇପାରିବେ ସେ ସଂପର୍କରେ ବୁଝାଇଥିଲେ । ଯୁବ ରେଡ଼କ୍ରସ କାଉନସେଲର ତଥା ଅଧ୍ୟାପକ ଉଦ୍ଧବ ପଧାନ ସ୍ୱାଗତ ଭାଷଣ ଦେଇ ଦେଇଥିବା ବେଳେ ଇଂରାଜୀ ଅଧ୍ୟାପକ ସୁଶାନ୍ତ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ ଅନୁଷ୍ଠିତ ହୋଇଥିବା କୃତି ଛାତ୍ର , ଛାତ୍ରୀଙ୍କୁ ଅତିଥି ମାନେ ପୁରଷ୍କୃତ କରିଥିଲେ l ଏଥିରେ କଲେଜ ର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।