Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଳିଲା ପ୍ରସ୍ତୁତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆମନ୍ତ୍ରଣ ପାଇଁ ନିଷ୍ପତ୍ତି

ଝାରସୁଗୁଡା ୭/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ବିଜାପାଲି ମହିମା ଆଶ୍ରମରେ ୪୦ ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଳିଲା ମହୋତ୍ସବ ଆସନ୍ତା ନବବର୍ଷ ୨୦୨୫ ଜାନୁୟାରୀ ୧୧ ରୁ ଆରମ୍ଭ ହୋଇ ୧୩ ତାରିଖ ପୌଷ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତି ସହ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ମହୋତ୍ସବକୁ କିଭଳି ଭାବେ ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ତାର ରୂପରେଖ ପ୍ରସ୍ତୁତି ନିମନ୍ତେ ଆଜି ଆଶ୍ରମ ପରିସରରେ ତୃତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା । ମହିମା ଆଶ୍ରମର ପୁରୋଧା ବ୍ରହ୍ମାବଧୂତ ବୀରେନ୍ଦ୍ର ବାବାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜାମଗାଁ ଠାରୁ ଆରମ୍ଭ କରି ଭିକମପାଲି ପର୍ଯ୍ୟନ୍ତ ମୋଟ ୮ ଟି ପଞ୍ଚାୟତର ଜନ ପ୍ରତିନିଧି,ଗଣ୍ୟମାନ୍ୟ ବ୍ୟକ୍ତି ତଥା ବହୁ ସଂଖ୍ୟାରେ ଅଞ୍ଚଳବାସୀ ଯୋଗଦାନ କରି ଆଲୋଚନାରେ ଭାଗ ନେଇଥିଲେ ।
ପୂର୍ବ ବୈଠକ ନିଷ୍ପତ୍ତି ଅନୁସାରେ ମହିମା ଆଶ୍ରମ ପରିଚାଳନା କମିଟି ପୁନର୍ଗଠନ ପାଇଁ ପ୍ରସ୍ତାବ ଆଗତ ହୋଇ ପୂର୍ବ କମିଟି ବଳବତ୍ତର ରହିବ ବୋଲି ଉପସ୍ଥିତ ସଦସ୍ୟ ମାନେ ସହମତି ପ୍ରକାଶ କରିଥିଲେ । ତଦନୁଯାୟୀ ସନତ କୁମାର ସିଂହ ଙ୍କୁ ପୁନର୍ବାର ସଭାପତି ଭାବେ ମନୋନୀତ କରା ଯାଇଥିବା ବେଳେ ରବିରତ୍ନ ପଧାନ ଓ କୁଶାସନ ପଧାନଙ୍କୁ ଉପ ସଭାପତି, ସୁଦାମ ପଧାନ ସମ୍ପାଦକ ଓ ସରୋଜ ନନ୍ଦ ସହ ସମ୍ପାଦକ ଏବଂ ଉପେନ୍ଦ୍ର ବାରିକ କୋଷାଧ୍ୟକ୍ଷ ଓ ଉପେନ୍ଦ୍ର ଭୋଇ ସହ କୋଷାଧ୍ୟକ୍ଷ ଭାବେ ସର୍ଵ ସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ନରେନ୍ଦ୍ର ଗଡତିଆ, ପ୍ରସନ୍ନ ପଧାନ, ସଞ୍ଜିତ ପଧାନ,ଜଗଦୀଶ ଭୋଇ, ଇନ୍ଦ୍ରମଣି ପଧାନ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ରହିଛନ୍ତି ।
ଏହା ବ୍ୟତୀତ ଆଗାମୀ ପୌଷ ପୂର୍ଣ୍ଣିମାରେ ହେବାକୁ ଥିବା ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହୋତ୍ସବ ପାଳନ ଅବସରରେ ସତସଙ୍ଗ, ପ୍ରବଚନ, ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ମିନା ବଜାର, ଅନ୍ନ ପ୍ରସାଦ ପ୍ରସ୍ତୁତି,ଟ୍ରାଫିକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ଆଦି ବିଷୟରେ ଆଲୋଚନା ହୋଇ ଉପସ୍ଥିତ ସଦସ୍ୟ ମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରା ଯାଇଥିଲା । ଉକ୍ତ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଆମନ୍ତ୍ରଣ କରିବା ପାଇଁ ବରିଷ୍ଠ ଶିକ୍ଷାବିଦ ଜଗଦୀଶ ପ୍ରସାଦ ମିଶ୍ରଙ୍କ ପ୍ରସ୍ତାବକୁ ସମସ୍ତ ସଦସ୍ୟ ସମର୍ଥନ ଜଣାଇଥିଲେ । ପୌଷ ପୂର୍ଣ୍ଣିମା ତିଥିରେ ଜୀବହତ୍ୟା,ସୁରା ପାନ ଆଦି କୁପଥ ରୁ ଦୁରେଇ ରହି ସତମାର୍ଗ ଅନୁସରଣ କରିବା ପାଇଁ ବ୍ରହ୍ମାବଧୂତ ବୀରେନ୍ଦ୍ର ବାବା ଅଞ୍ଚବାସୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ତାଙ୍କ ଆଦେଶାନୁସାରେ ପରିଚାଳନା କମିଟିର ସଭାପତି ସନତ କୁମାର ସିଂହ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ ଘୋଷଣା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ