Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୃତୀୟ ଧନୁଯାତ୍ରା — ଶୁଭସ୍ତମ୍ଭ ସ୍ଥାପନ, ବୟୋଜ୍ୟେଷ୍ଟ ନାଗରିକଙ୍କ ସହଯୋଗ କାମନା

ଚିପିଲିମା, ସମ୍ବଲପୁର ବୁର୍ଲାଥାନା ଚିପିଲିମା ଠାରେ ଆସନ୍ତା ୧୬ ରୁ ୨୨ ତୁତୀୟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ରବିବାର ପୂର୍ବାହ୍ନରେ ରୀତିନୀତି ସହ ବୟୋଜ୍ୟେଷ୍ଠ ନାଗରିକ ବ୍ରହ୍ମାନନ୍ଦ ପୂଜାରୀଙ୍କ ଦ୍ୱାରା ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି l କମିଟି ସଭାପତି ଶିବଶଙ୍କର ତିୱାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରଥମେ ଘଣ୍ଟେଶ୍ୱରୀଙ୍କ ଠାରେ ସଫଳ ଧନୁଯାତ୍ରା କାମନା ନେଇ ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା ପରେ ଶୋଭଯାତ୍ରା ମାଧ୍ୟମରେ ମୁଖ୍ୟ ରାସ୍ତାକଡ଼ ସ୍ଥିତ ଧନୁଯାତ୍ରା ପଡିଆରେ ପହଞ୍ଚିଥିଲେ l ଅଞ୍ଚଳର ନିମନ୍ତ୍ରିତ ବରିଷ୍ଠ ନାଗରିକ ମାନଙ୍କୁ ଫୁଲ, ଚନ୍ଦନ, ଫୁଲମାଳ, ଉପଢୋକନ ଦେଇ ସମ୍ମାନୀତ କରି କମିଟି ସଭାପତି ତିୱାରୀ ବରିଷ୍ଠ ନାଗରିକଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ lସେଠାରେ ସମସ୍ତ ରୀତିନୀତି ମଧ୍ୟରେ ପୂଜାର୍ଚ୍ଚନା କରାଯାଇଥିବାବେଳେ, ବରିଷ୍ଠ ନାଗରିକ ଭୀଷ୍ମଦେବ ପଣ୍ଡା ସପତ୍ନୀକ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ l ସମସ୍ତ ପୂଜା କାର୍ଯ୍ୟକ୍ରମ କୁ ପଣ୍ଡିତ ସାହିଲ ଦାଶ ପରିଚାଳନା କରିଥିବାବେଳେ, କମିଟି ସମ୍ପାଦକ ନିରଞ୍ଜନ ଗଣ୍ଡ, କୋଷାଧକ୍ଷ ଅଶୋକ ସ୍ୱାଇଁ, ସହ ସମ୍ପାଦକ ଲିଙ୍ଗରାଜୂ ରେଡ୍ଡୀ, ଉପଦେଷ୍ଟା କମିଟି ଶିକ୍ଷକ ସୁଦର୍ଶନ ତ୍ରିପାଠୀ, କାହ୍ନl ପଣ୍ଡା, ସନ୍ତୋଷ ବିଶ୍ୱାଳ ପ୍ରମୁଖ କମିଟି ସଦସ୍ୟ ସମେତ ଜନସାଧାରଣ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ