ଦୁଇ ଟ୍ରକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର


ଯାଜପୁର: ପାଣିକୋଇଲି ଥାନା ଅନ୍ତର୍ଗତ ସାହାପୁର ବ୍ରିଜରେ ସଡ଼କ ଦୁର୍ଘଟଣା । ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଚାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।     

ସକାଳେ ଏକ ଟ୍ରକ୍ କଟକରୁ ଭଦ୍ରକ ଅଭିମୁଖେ ଯାଉଥିଲା । ସେହି ସମୟରେ ଅନ୍ୟ ଟ୍ରକଟି ମାର୍ବଲ ବୋଝେଇ କରି ବାଲେଶ୍ଵରରୁ ଭୁବନେଶ୍ୱର ଆସୁଥିଲା । ସାହାପୁର ବ୍ରିଜ ନିକଟରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣାରେ ଗୋଟିଏ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ପାଣିକୋଇଲି ପୋଲିସ ଘଟଣାର ତଦନ୍ତ କରୁଛି ।