Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଶ୍ଚିମବଙ୍ଗ ଚୋରା ଚାଲାଣ ବେଳେ ଧାନ ବୋଝେଇ ଟ୍ରକ ଜବତ

ସମ୍ବଲପୁର: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲଣ ହେଉଥିଲା ଧାନ । ସମ୍ବଲପୁର ଧନକଉଡ଼ା ବ୍ଲକ ସାତୁପାଲି ନିକଟରୁ ଜବତ କଲା ଯୋଗାଣ ବିଭାଗ । ଘଟଣାସ୍ଥଳରେ ଗାଡ଼ି ଛାଡି ଫେରାର ହୋଇଗଲା ଡ୍ରାଇଭର ।

ପଶ୍ଚିମବଙ୍ଗର WB33-B-0145 ନମ୍ବର ଥିବା ଧାନ ବୋଝେଇ ଟ୍ରକ ଉପରେ ସ୍ଥାନୀୟ ଚାଷୀଙ୍କ ନଜର ପଡିଥିଲା । ଆନ୍ତଃ ରାଜ୍ୟ ଧାନ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଯୋଗାଣ ବିଭାଗକୁ ଖବର ଦେଇଥିଲେ ଚାଷୀ । ଯୋଗାଣ ବିଭାଗ ଅଧିକାରୀ, ଧନକଉଡ଼ା ବ୍ଲକ ଯୋଗାଣ ନିରୀକ୍ଷକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଧାନ ଓ ଟ୍ରକର ମାଲିକ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଅଞ୍ଚଳର ଜଣେ ବ୍ୟକ୍ତି ଦାବି କରୁଛନ୍ତି । ସେ ଗାଡ଼ି ଡକ୍ୟୁମେଣ୍ଟ ଦେଖାଇଥିଲେ ମଧ୍ୟ ଧାନ ସମ୍ପର୍କିତ କୌଣସି କାଗଜପତ୍ର ଦେଖାଇ ପାରି ନାହାନ୍ତି । ଯୋଗାଣ ବିଭାଗ ଧାନ ବୋଝେଇ ଟ୍ରକକୁ କର୍ଡୋଲା ପଞ୍ଚାୟତର ଏକ ରାଇସ୍ ମିଲରେ ରଖିଛି । କାଗଜପତ୍ର ଜବତ କରି ଅଧିକ ଖୋଳତାଡ କରୁଛି ।