ବ୍ଲକ ସ୍ତରୀୟ ମିଶନ ଶକ୍ତି ବଜ଼ାର ର ଶୁଭ ଉଦଘାଟନ ାମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ବ୍ୟବସ୍ଥିତ ବଜାରୀକରଣ ମୂଳଲକ୍ଷ୍ୟ ା


ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ମିଶନ ଶକ୍ତି ବଜ଼ାର ର ଶୁଭ ଉଦଘାଟନ ହୋଇଯାଇଛି l ସୀତାରାମ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ସାହାଜପିଟା , ସୋନପୁର ଦ୍ଵାରା ପରିଚାଳିତ ଏହି ବଜାର ରେ ସୋନପୁର ବ୍ଲକ ର ସମସ୍ତ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରାଯିବା ସହିତ ବିଭିନ୍ନ ପ୍ରକାର ଛତୁ ଓ ଛତୁ ମଞ୍ଜି ବିକ୍ରୟ କରାଯିବ l ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଙ୍କ ଉପସ୍ଥିତ ରେ ସୀତାରାମ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭାପତି ଙ୍କ କରକମଳ ବଜାରର ଶୁଭ ଉଦଘାଟନ ହୋଇଯାଇଛି l ଏହି ଉଦଘାଟନ ସମାରୋହରେ ବିଡିଓ, ସୋନପୁର-ଶ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର , ଜିଲ୍ଲା ସଂଯୋଜକ ମିଶନଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ଅନ୍ୟାନ୍ୟ ମିଶନ ଶକ୍ତି କର୍ମକର୍ତ୍ତା, ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ଏବଂ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଉପସ୍ଥିତ ଥିଲେ l