Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀରେ ଲୁଟେରା ରାଜ୍: ଲୁଟି ନେଲେ ୪୦ ଲକ୍ଷ ଟଙ୍କାର ଗହଣା ଓ ଜିନିଷ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଲୁଟେରା ରାଜ । ସାମାନ୍ୟ ଅସାବଧାନତାରେ ଲୁଟ ହୋଇଯିବ ଆପଣଙ୍କ ଜିନିଷ । ଭୁବନେଶ୍ବର ଉପକଣ୍ଠ ପାହାଳରେ ଏମିତି ଏକ ଲୁଟ ହୋଇଛି । ଘରେ ପଶି ଝିଅ ବାହାଘର ପାଇଁ ଥିବା ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ସଫା କରି ଦେଇଛନ୍ତି ଲୁଟେରା । ସେତିକି ନୁହଁ ଯିବା ବେଳେ ସିସିଟିଭି କ୍ୟାମେରାକୁ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି ।

ଅଭିଯୋଗ ଅନୁସାରେ, ପାହାଳ ଥାନା ସିଟି ହୋମ ଡୁପ୍ଲେକ୍ସ D-13ରୁ ହୋଇଛି ଲୁଟ । ଲୁଟରେ ସୁନା, ହୀରା, ରୁପା ଓ ନଗଦ ଟଙ୍କା ରହିଛି । ମାଲିକଙ୍କ ଅଭିଯୋଗ ଅନୁସାରେ, ୪୦ ଲକ୍ଷ ଟଙ୍କାର ଜିନିଷ ଲୁଟ ହୋଇଛି । ୬ ଜଣିଆ ଲୁଟେରା ଗ୍ୟାଙ୍ଗ ଗଲା ବେଳେ, ସିସିଟିଭି ଭାଙ୍ଗି ନେଇ ଯାଇଛନ୍ତି । ଅଭିଯୋଗ ପରେ ଡିଭିଆରରୁ ଭିଡିଓ ସଂଗ୍ରହ କରି, ତଦନ୍ତ ଆରମ୍ଭ କରିଛି ପାହାଳ ପୋଲିସ । କିଛିଦିନ ହେବ ଲୁଟେରା ମାନେ ପାହାଳ ଥାନା ଅଞ୍ଚଳରେ ଆତଙ୍କ ଖେଳାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।