Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁକମ ରେ ଶ୍ରମିକ ଦିବସ ପାଳିତ

କୁଚିଣ୍ଡା: କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁସୁମୀ ଜମନକିରା ଗ୍ରାମ ପଞ୍ଚାୟତ କୁକମ୍ ଗ୍ରାମ ର ଯାତ୍ରା ମଣ୍ଡପ ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପଶ୍ଚିମ ଓଡ଼ିଶା ଶ୍ରମିକ ସଂଗଠନ ପକ୍ଷରୁ ପାଳିତ ହୋଇ ଯାଇଅଛି । ଏହି ସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ ସଭାପତିତ୍ବ କରିଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦିବସର ମହତ୍ତ୍ଵ ଓ ଶ୍ରମିକ ସମାଜ ର ଅଧିକାର ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ପ୍ରଦୀପ ମହାକୁଳ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ନିର୍ମାଣ , ଅଣ ସଂଗଠିତ ଶ୍ରମିକ ମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇଥିଲେ। ଆଦିବାସୀ ବହୁଳ କୁଚିଣ୍ଡା ଅଞ୍ଚଳରେ ଶ୍ରମିକ ମାନେ ସରକାରୀ ଅବହେଳାର ଶିକାର ହେବା ଘଟଣା ସଂପର୍କରେ ସଭାରେ ଆଲୋଚନା ହୋଇଥିଲା। ବହୁ ସଂଖ୍ୟାରେ ଶ୍ରମିକ ସରକାରଙ୍କ ଠାରେ ପଞ୍ଜିକରଣ ହୋଇପାରୁ ନ ଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ବିଷୟରେ ସଭାରେ ଉଦବେଗ ପ୍ରକାଶ ପାଇଥିଲା। ସଭା ଶେଷରେ ଏକ ସଚେତନତା ପଦଯାତ୍ରା ଶ୍ରମିକ ଅଧିକାର ସୁରକ୍ଷା ସ୍ଲୋଗାନ ସହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ମୁଖ୍ୟ ଜୟପ୍ରକାଶ ନାଏକ ,ଏମବିକେ ରଞ୍ଜିତା ରଣା, ଜୟପ୍ରକାଶ ନାୟକ, ହରି କିସାନ , ରଞ୍ଜିତା ରଣା, ନିରାକାର କାଲୋ , ଚନ୍ଦ୍ରାବତି କିସାନ,ରଶ୍ମି ଷଣ୍ଢ , ସୁମିତ୍ରା କିସାନ ଙ୍କ ସମେତ ଟା ଇଁସର ,ଜମନକିରା ଓ କୁସୁମୀ ର ସଂଗଠିତ ଶ୍ରମିକ ଗଣ ପ୍ରମୁଖ ଭାବରେ ଅଂଶ ଗ୍ରହଣ କରିଥିଲେ । ଏହା ପରେ ଗ୍ରାମ କମିଟିର ସମ୍ପାଦକ ଛବିଳ କିସାନ ଧନ୍ୟବାଦ ଦେଇଥିଲେ ।