ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜ ଅଧୀନସ୍ଥ ଖଇରମାଲ ଗ୍ରାମରେ ଏକ 21 ଟିକି nଆ ହାତୀପଲ ଆସି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି l ହାତୀ ପଲ ହାତିଲି ମୁଣ୍ଡା ସଂରକ୍ଷିତ ଜଙ୍ଗଲ ରୁ ଆସି ପ୍ରଥମେ ବହଲପଦର ଆଡ଼କୁ ଯିବାରୁ ଉକ୍ତ ଗ୍ରାମର ଲୋକେ ସତର୍କ ହୋଇ ବନ ବିଭାଗର କର୍ମଚାରୀଙ୍କ ସହଯୋଗରେ ହାତୀ ମାନଙ୍କୁ ଘଉଡାଇ ଥିଲେ I ବନବିଭାଗ ପୁଣି ହାତୀ ପଲ ଙ୍କୁ ଜଙ୍ଗଲ ଆଡ଼କୁ ଘୋଡାଇ ବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଜଙ୍ଗଲ ଆଡକୁ ନ ଯାଇ ପୁଣି ବଡ଼ମାଳ ଜଙ୍ଗଲ ଦେଇ କେନଝରିଆପାଲି ପଞ୍ଚାୟତ ର ଖଇରମାଲ ଆଡକୁ ଯାଇଥିଲେ I ସନ୍ଧ୍ୟାରେ ଉକ୍ତ ଖଇର ମାଲ୍ ଗ୍ରାମର ଦଶରଥ ବଗର୍ତ୍ତୀ , ବେଣୁ ଶଙ୍ଖୁଆ , ଅନ୍ତ ପ୍ରଧାନ , ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ଙ୍କ ବ୍ୟାପକ ଧାନ ଫସଲ ଦଳି-ଚକଟି , ମାଡି ନଷ୍ଟ କରି ଫସଲ କ୍ଷତି କରିଛନ୍ତି I ହାତିଲି ମୁଣ୍ଡା ବନପାଳ ଅଜୟ କୁମାର ବାରl , ବୀରମହାରାଜପୁର ରେଞ୍ଜ ର ବନ କର୍ମଚାରୀ , ଉଲୁଣ୍ଡା ରେଞ୍ଜ୍ ବନ ବିଭାଗ କର୍ମଚାରୀ ପ୍ରମୁଖ ହାତୀ ମାନଙ୍କୁ ଘୋଡାଇବା ସହିତ ତାଙ୍କ ଉପରେ ନିଜର ରଖିଥିବା ଜଣାଯାଏ l
ଖଇରମାଲ ଗ୍ରାମରେ 21 ଟକିଆ ହାତୀପଲ ନଷ୍ଟ କଲେ ଧାନ ଫସଲ
