ଗଣପତି ଆଦର୍ଶ ଶିକ୍ଷା ନିକେତନ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଆୟୋଜିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଗଣପତି ଆଦର୍ଶ ଶିକ୍ଷl ନିକେତନ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଆୟୋଜିତ ହୋଇଯାଇଛି l ଓଡିଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଓଷ୍ଟା ର ବ୍ଲକ ସଭାପତି ଚନ୍ଦ୍ରମଣି ବାଘ ଅଧ୍ୟକ୍ଷତା କରିଥିଲେ I ବରିଷ୍ଠ ଗୋଷ୍ଠୀ ଶିକ୍ଷl ଅଧିକାରୀ ଶାନ୍ତନୁ କୁମ୍ଭକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ରାଜ୍ୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଭୂଷଣ କୁମାର ପାତ୍ର ମୁଖ୍ୟ ବକ୍ତାଭାବେ ଯୋଗଦେଇ ଥିଲେ l ସମ୍ମାନୀୟ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଖଣ୍ଡହତା ହାଇ ସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ସଭାପତି ଅଖୋଜ ପ୍ରଧାନ , ଜଟେସିଂହା ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିପୁରାରି ରଥ , ଆତ୍ମା ସଭାପତି ବିବସ୍ଵତି ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ I ସମ୍ପାଦକ ବ୍ରଜମୋହନ ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଗଣପତି ସ୍କୁଲ ର ପ୍ରଧାନ ଶିକ୍ଷକ ଶାନ୍ତନୁ ମହାକୁର ସ୍ଵାଗତ ଭାଷଣ ଦେଇଥିଲେ I ଶିକ୍ଷକ ବ୍ୟୋମୋକେଶ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ଶିକ୍ଷକ ଦାଶରଥୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ I କୃତି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ତର୍କ ରେ କେନ୍ଦୁପାଲି ହାଇ ସ୍କୁଲ ର ନନ୍ଦିନୀ ମେହେର, କୁଇଜ ରେ ଗଣପତି ଆଦର୍ଶ ସ୍କୁଲ ର ଶେଖର ଗଡତିଆ , ବୀରମହାରାଜପୁର ହାଇସ୍କୁଲ ର ଶେଷ ଦେବ ମେହେର ଚିତ୍ରାଙ୍କନ , ଗଳ୍ପ ଲିଖନ ପ୍ରତି ଯୋଗିତାରେ ଜଟେସିଂହା ହାଇସ୍କୁଲ ର ଆରତୀ ବିଶାଳ , କବିତା ଲିଖନ ରେ ଖଣ୍ଡ ହତl ହାଇସ୍କୁଲ ର ରମାକାନ୍ତ ରଣା, କବିତା ଆବୃତ୍ତିରେ ସୁବଳୟା ହାଇସ୍କୁଲ ର ପଦ୍ମ ଲୋଚନ ମେହେର , ଏକକ ନୃତ୍ୟରେ ସୁବଳୟା ହାଇ ସ୍କୁଲ ର ବିଦ୍ୟା ଭାରତୀ ବାଦୀ , ଏକକ ଅଭିନୟ ରେ ଗଣପତି ଆଦର୍ଶ ଶିକ୍ଷା ନିକେତନ ର ଅର୍ଚନା ରାଉତ , କଣ୍ଠ ସଙ୍ଗୀତରେ ସୁବଳୟା ହାଇ ସ୍କୁଲ ର ପାୟଲ ବାଦୀ ଓ ସାଧାରଣ ଜ୍ଞାନ ରେ କେନଝରିଆ ପାଲି ହାଇ ସ୍କୁଲ ର ଆଲିସl ଖଣ୍ଡଗିରୀ ପ୍ରମୁଖ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ I