ବାରିପଦା: ମୟୂରଭଞ୍ଜ ଜିଲ୍ଲା କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ପଡିରହିଛି ଅଧା ପୋଡ଼ା ଅଜଣା ଶବ । କେହି ଦୁର୍ବୃତ୍ତ ହତ୍ୟା ପରେ ପୋଡି ଦେଇଥିବା ସନ୍ଦେହ କରାଯାଇଛି । ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଠାକୁରମୁଣ୍ଡା ଥାନା କେନ୍ଦୁଜିଆଣୀଠାରେ ଗତକାଲି ସାପ୍ତାହିକ ହାଟ ବସିଥିଲେ । ଏହି ସମୟରେ ହାଟରେ ଲୋକଙ୍କ ଗହଳି ଥିବା ବେଳେ ସେମାନେ ଏକ ଅଧାପୋଡ଼ା ମୃତଦେହ ଦେଖିବାକୁ ପାଇଥିଲେ ।
ମୃତ ବ୍ୟକ୍ତିଙ୍କ ପୋଡ଼ା ଶରୀର ହାଟ ପଡ଼ିଆରେ ପଡିଥିବା ବେଳେ ମୃତକ ଣକ କିଏ ତାହା ଜଣାପଡ଼ିନାହିଁ । ତାଙ୍କୁ କେହି ଧାନ ନଡ଼ା ଦେଇ ପୋଡି ଦେଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ଚିହ୍ନଟ କରିପାରୁନାହାନ୍ତି । ତାଙ୍କ ଘର କେଉଁଠି ଓ ତାଙ୍କୁ କିଏ, କେଉଁଠି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି । ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଡକାଯାଇଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।