Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚିକେନ୍ ଦୋକାନ ଉପରେ ବୋମା ମାଡ଼

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ ଦୋକାନ ଉପରକୁ ବୋମାମାଡ଼ । ଚିକେନ ଦୋକାନୀଙ୍କ ଗୋଡ଼ରେ ଲାଗିଛି ଗଭୀର ଆଘାତ । ଘଟଣା ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କଟକଣା ଛକ ନିକଟରେ ଏହି ଘଟଣା ଘଟିଛି । ଆହତ ଦୋକାନୀ ଏସ. କେ. ସଦାମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଅଭିଯୁକ୍ତ ସେକ୍ ଜୁନେଦ ଓରଫ ଗୋରାକୁ ପୋଲିସ ଗିରଫ କରିଛି । 

ଗତକାଲି ବିଳମ୍ବିତ ରାତିରେ ସଦାମ ନିଜ ଦୋକାନ ଆଗରେ ରଖିଥିବା ବାଇକ୍‌ ଉପରେ ବସିଥିଲେ । ଏହି ସମୟରେ ଜୁନେଦ ସେଠାରେ ପହଞ୍ଚି ଚିକେନ ଦୋକାନ ଉପରକୁ ୨ଟି ବୋମା ଫିଙ୍ଗିଥିଲେ । ଗୋଟିଏ ବୋମା କାନ୍ଥରେ ବାଜିଥିଲା ବେଳେ ଦ୍ୱିତୀୟଟି ସଦାମ୍ ବସିଥିବା ବାଇକ୍ ଉପରେ ପଡ଼ିଥିଲା ।  ଫଳରେ ସଦାମଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି । ବୋମାମାଡ଼ରେ ସଦାମଙ୍କ ବାଇକ ଭାଙ୍ଗି ଯାଇଛି । ଅଭିଯୁକ୍ତ ଜୁନେଦକୁ ପୋଲିସ୍ ଗିରଫ କରି ଘଟଣାର ତଦନ୍ତ କରୁଛି ।