Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୋକାନରେ ଲାଗିଲା ନିଆଁ, ଜଣେ ଗୁରୁତର

ପୁରୀ: ଝାଡେଶ୍ୱରୀ କ୍ଲବ ନିକଟ କ୍ଳାକ ରୋଡରେ ଏକ ଫ୍ଳେକ୍ସ ପ୍ରିଣ୍ଟ ସପରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି । ଦୋକାନରେ ନିଆଁ ଲାଗି ଭିତରେ ଥିବା ପ୍ଲାଷ୍ଟିକ ସାମଗ୍ରୀ ଜଳି ଯାଇଥିଲା । ତେଣୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା ।

ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ସେମାନେ ଫ୍ଲେକ୍ସ ପ୍ରିଣ୍ଟ ସପରୁ ଜଣଙ୍କୁ ଉଦ୍ଧାର କରି ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।