ଦୁର୍ଦ୍ଦାନ୍ତ ନକ୍ସଲ ହିଡ଼ମା ଓ ଦେବାର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ


ମାଲକାନଗିରି: ୪ ଦଶଦ୍ଧି ହେଲା ଆତଙ୍କ ମଚାଇଥିବା ଦୁର୍ଦ୍ଦାନ୍ତ ମାଓବାଦୀ ହିଡ଼ମା ଓ ଦେବାର ଘର ମାଟିରେ ମିଶିଲା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଥିଲା ଘୋର ଅସନ୍ତୋଷ । ସେନାର ସହଯୋଗ ମିଳିବା ପରେ ଉଭୟଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି ଅଞ୍ଚଳବାସୀ ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ହିଡ଼ଇମା ଓ ତା’ର ସହଯୋଗୀ ଆତଙ୍କ ଖେଳାଇଥିଲେ । ଏପରିକି ଉଭୟ ସ୍ଥାନୀୟ ଅଞ୍ଚଳକୁ ନିଜ କବଜାରେ ରଖି ଲୋକଙ୍କୁ ଭୟଭୀତ କରୁଥିଲେ । ସେନା ସହଯୋଗରେ ବିଜାପୁର ଜିଲ୍ଲା ପୁର୍ବତ୍ତି ଗାଁରେ ଥିବା ହିଡମା ଘରକୁ ମାଟିରେ ମିଶାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ ।

ପୁର୍ବତ୍ତି ଗାଁରେ ହିଡମାର ପୈତୃକ ଘର ଥିଲା । ହିଡମା ନିଜ ଗାଁ ଲୋକଙ୍କୁ ସବୁବେଳେ ଡରାଇ ଧମକାଇ ରଖିଥିବା ବେଳେ ବହୁ ଲୋକ ଗାଁ ଛାଡ଼ି ଚାଲି ଯାଇଥିଲେ । ମାତ୍ର ଏବେ ସୁରକ୍ଷାକର୍ମୀ ଏହି ଗାଁ ସହ ଅନ୍ୟ ଆଖପାଖ ଗାଁର ସୁରକ୍ଷା ଦେବା ପରେ ଲୋକେ ଗାଁକୁ ଫେରିଛନ୍ତି । ସୁରକ୍ଷାକର୍ମୀ କ୍ୟାମ୍ପ କରିବା ପରେ ହିଡମା ବହୁ ଦିନ ହେବ ଗାଁକୁ ଫେରି ନାହିଁ । ସେ ଜଙ୍ଗଲରେ ରହୁଥିବା ଜଣାଯାଇଛି । ଅପରପକ୍ଷେ ଉକ୍ତ ଘରେ ରହୁଥିବା ହିଡମାର ମା’ ବି କେଉଁଆଡ଼େ ଚାଲି ଯାଇଛନ୍ତି । ଗ୍ରାମବାସୀ ତାଙ୍କ ପତ୍ତା ପାଉ ନାହାନ୍ତି ।

ଏବେ ପୁର୍ବତ୍ତି ଗାଁରେ ଥିବା ହିଡମାର ମାଟି ଘର ଖାଲି ପଡ଼ିଛି । ଫଳରେ ଦୀର୍ଘଦିନ ହେଲା ଗ୍ରାମବାସୀଙ୍କ ମଧ୍ୟରେ ଚାପି ହୋଇ ରହିଥିବା ଅସନ୍ତୋଷ ଉଗ୍ର ରୂପ ନେଇଥିଲା । ସେମାନେ ସେନା ସହଯୋଗରେ ହିଡମାର ମାଟି ଘରକୁ ଭାଙ୍ଗି ଚୁରମାର କରିଦେଇଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳର ଆଉ ଏକ କମାଣ୍ଡର ହେଲା ଦେବା । ଦେବା ମଧ୍ୟ ଜଣେ କୁଖ୍ୟାତ ନକ୍ସଲ । ତା’ ଘର ମଧ୍ୟ ପୂବର୍ତ୍ତୀରେ ବୋଲି ଜଣାଯାଇଛି । ଗ୍ରାମବାସୀ ଦେବା ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ।