Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକମପାଲି ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳନ

ଭିକମପାଲି ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳନ
ଝାରସୁଗୁଡା ୨୧/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଭିକମପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁଃଖୀଶ୍ୟାମ ପଟ୍ଟନାୟକ ମୁଖ୍ୟ ଅତିଥି, ଜାମଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୌଲସ୍ତ୍ୟ ମେହେର ମୁଖ୍ୟବକ୍ତା ଏବଂ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ସାହୁ ଓ ସମିତି ସଭ୍ୟା ବବିତା ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ ମେହେର, ପୂର୍ବତନ ସଭାପତି ସୌଦାନନ୍ଦ ମେହେର,ଭବାନୀ ଶଙ୍କର ମେହେର, ଚନ୍ଦ୍ରମଣି ମେହେର, ସରୋଜ ନନ୍ଦ, ଅଶ୍ୱିନୀ ପୂଜାରୀ, ଦିଲ୍ଲୀପ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନିମନ୍ତ୍ରିତ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ସହକାରୀ ଶିକ୍ଷକ ବିଷ୍ଣୁ ପ୍ରସାଦ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଅନୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସତ୍ୟ ଘଟଣା ଉପରେ ଆଧାରିତ ନାଟ୍ୟକାର ସନ୍ତୋଷ କୁମାର ପ୍ରଧାନଙ୍କ ସ୍ୱ ରଚିତ କ୍ଷୁଦ୍ର ନାଟକ “ଅର୍ପଣ” ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ