Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩ଟି ଘର ଭାଙ୍ଗିଲା ଗୋଠ ଛଡ଼ା ହାତୀ

କେନ୍ଦୁଝର: ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ଓ ମିରିଗିସିଙ୍ଗା ଗାଁରେ ହାତୀ ଆତଙ୍କ । ୩ଟି ଘର ଭାଙ୍ଗିଲା ଗୋଠଛଡା ଦନ୍ତାହାତୀ । କୋଦଗାଡିଆ ଗାଁର ବସନ୍ତ ନାଏକ ଏବଂ ଉଦୟ ନାଏକଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଯାଇଛି ଦନ୍ତା ।
ସେପଟେ ମିରିଗିସିଙ୍ଗା ଗାଁର ସୁନା ରାମ ମୁଣ୍ଡାଙ୍କ ଘର ଭାଙ୍ଗିଛି ଗୋଠ ଛଡ଼ା ଦନ୍ତା । ଆଜି ସକାଳ ପାଖାପାଖି ୫ଟାରେ ଉତ୍ପାତ ଜାରି ରଖିଥିବା ଗୋଠ ଛଡ଼ା ଦନ୍ତା ମିରିଗିସିଙ୍ଗା ଜଙ୍ଗଲ ପଟୁ ବାହାରି ପ୍ରଥମେ ମିରିଗିସିଙ୍ଗା ଗାଁର ସୁନା ରାମଙ୍କ ଘର ଭାଙ୍ଗିଥିବା ବେଳେ କୋଦଗାଡିଆ ଗାଁର ବସନ୍ତ ନାଏକ ଏବଂ ଉଦୟ ନାଏକଙ୍କ ଘର ଭାଙ୍ଗି ମିରିଗିସିଙ୍ଗା ଜଙ୍ଗଲ ଆଡେ ଚାଲିଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ