Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ ଡକାୟତ ଗିରଫ: ସୁନା ସହ ବନ୍ଧୁକ ଜବତ

ଆଳି: ଡକାୟତି ଘଟଣାରେ ୭ ଅଭିଯୁକ୍ତ ଗିରଫ । ସେମାନଙ୍କ ପାଖରୁ ଡକାୟତି ଟଙ୍କା, ସୁନା ସହ ବନ୍ଧୁକ ଜବତ । ଆଲି ପୋଲିସ ଏହି ଡକାୟତି ଗ୍ୟାଙ୍ଗୁ ଧରିଛି ।
ଚଳିତ ମାସ ୪ ତାରିଖ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଙ୍ଗlରଖ ଗାଁର ପ୍ରଭାକାର ପ୍ରଧାନଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା । ୭ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଘର ଭିତରେ ପଶି ଲୁଟ କରିଥିଲେ । ଏପରି କି ପରିବାର ଲୋକେ ବାଧା ଦେବାରୁ ସେମାନଙ୍କୁ ଆକ୍ରମଣ କରିଥିଲେ ।
ଏହି ଘଟଣାରେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ୱାଡ଼ ଓ ଆଳି ପୋଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ଦୁଇଟି ତେଲେଙ୍ଗାନା କଟୁରୀ, ୪୬ ହଜାର ଟଙ୍କା, ୩ଟି ବାଇକ, ୬ଟି ମୋବାଇଲ, ସୁନା ଓ ରୂପା ଜବତ କରଯାଇଛି l ଗିରଫ ଅଭିଯୁକ୍ତଙ୍କ ନାଁରେ ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଡକାୟତି ମାମଲା ଥିବା ପୋଲିସ କହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ