Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫଉଜି ଙ୍କ ଘରୁ ଚୋରି,ବୁଲିଲା ସନ୍ଧନୀ କୁକୁର ।

ଫୌଜୀ ଙ୍କ ଘରୁ ଚୋରୀ, ବୁଲିଲା ସନ୍ଧାନି କୁକୁର
ଅସ୍ତରଙ୍ଗ୨୨/୧୨(ମପ୍ର)- ଅସ୍ତରଙ୍ଗ ବ୍ଲକ ହୀରାଦେଈପୁର ରେ ଘଟିଛି ଚୋରୀ, ଏହିଅଞ୍ଚଳ ନିବାସୀ ମଦନମୋହନ ମଲ୍ଲିକ ଜଣେ ଅବସରପ୍ରାପ୍ତ ସେନା ହାବିଲଦାର,କିନ୍ତୁ ଅନେକ ସମୟ ନିଜ ପରିବାର ସହିତ କଟକ ସ୍ଥିତ ବାସଭବନ ରେ ରୁହନ୍ତି l ମାର୍ଗଶିର ମାସ ଶେଷ ମାଣବସା ଗୁରୁବାର ରେ ମାଣ ବସାଇବା ପାଇଁ ନିଜ ସପରିବାର ସହ ଗ୍ରାମ କୁ ଆସିଥିଲେ, ନିଜ କାର୍ଯ୍ୟକ୍ରମ ସାରି ଗତ ରବିବାର ୧୭ ତାରିଖ ରେ କଟକ ଫେରିଯାଇଥିଲେ, ନିଜ ଘରର ଦେଖାଶୁଣା କରିବା ପାଇଁ ଘର ନିକଟରେ ନିଜ ପୁତୁରାବୋହୁ ମଞ୍ଜୁ ମଲ୍ଲିକ ଙ୍କୁ ଦାୟିତ୍ୱ ଦେଇଥିଲେ, ମଞ୍ଜୁ ପ୍ରତ୍ୟେକ ଦିନ ଘର ଚାବି ଖୋଲି ଠାକୁର ପୂଜା କରନ୍ତି,କିନ୍ତୁ ଶନିବାର ୨୧ ତାରିଖ ଦିନ ପ୍ରବଳ ବର୍ଷା କାରଣ ରୁ ମଞ୍ଜୁ ଆସିନଥିଲେ, ଅପରାହ୍ନ ସମୟ ରେ ମଞ୍ଜୁ ଘରକୁ ଆସି ଦେଖିଥିଲେ ମଦନ ଙ୍କ ବାସ ଭବନ ରେ ସମସ୍ତ ତାଲା ଭଙ୍ଗା ହୋଇଛି ଆଉ ମଦନ ଙ୍କ ଶୋଇବା ଘରେ ଆଲମିରା ଭଙ୍ଗା ହୋଇ ଜିନିଷ ପତ୍ର ଏଣେ ତେଣେ ପକାଯାଇଛି, ଯାହାକୁ ନେଇ ଏହା ଚୋରୀ ହୋଇଥିବାର ଭାବି ସଙ୍ଗେ ସଙ୍ଗେ ମଦନ ଙ୍କୁ ଯୋଗାଯୋଗ କରିଥିଲେ, ମଦନ ତାଙ୍କ ପରିବାର ସହ ଆସି ଗତକାଲି ଅସ୍ତରଙ୍ଗ ଥାନା ରେ ଅଭିଯୋଗ କରିଥିଲେ, ୨୫୭/୨୪ କେଶ ନମ୍ବର ରେ ମାମଲା ରୁଜ୍ଜୁ କରି ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଫରେନସିକ ଓ ଅନୁସନ୍ଧାନ କାରୀ କୁକୁର ଟିମ୍ ର ସହାୟତା ଲୋଡ଼ିଥିଲେ, ଆଜି ଘଟଣା ସ୍ଥଳରେ ପୁରୀ ଜିଲ୍ଲା ରୁ ୨ ଜଣିଆ ଡଗ ସ୍କ୍ୱାଡ଼ ଓ ୨ ଜଣିଆ ଫରେନସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ଅନୁସନ୍ଧାନ କାରୀ କୁକୁର ଟି ହୀରାଦେଇପୁର ରାସ୍ତା ଓ ଛକ ତା ସହିତ ପାଟଓଲଦା ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ଦେଢ଼ ରୁ ୨ କିଲୋମିଟର ପର୍ଯ୍ୟନ୍ତ ବିଭିନ୍ନ ରାସ୍ତା ଓ ଜନବସତି ର ବିଭିନ୍ନ ବାଡ଼ିପଟେ ପ୍ରବେଶ କରିଥିଲା, ସବୁଠୁ ଆଶ୍ଚର୍ଯ୍ୟ କଥା ଫୌଜୀ ଙ୍କର ସମସ୍ତ ଘର ସିସିଟିଭି ଅଧୀନରେ ରହିଛି କିନ୍ତୁ ଇନଷ୍ଟାଲ ହୋଇନାହିଁ, ଏଥିରୁ କିଛି ବୁଦ୍ଧିଜୀବୀ ମତାମତ ଦେଉଛନ୍ତି ଯେ ଚୋର ନିଶ୍ଚିନ୍ତ ଜାଣିଛି ଏହି ଘରେ ସିସିଟିଭି ବର୍ତ୍ତମାନ ଅଚଳ, ଯାହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି l ଏତଲା ମୁତାବକ ୧. ୫ ଗ୍ରାମ ର ସୁନା ହାର, ସୁନା ର କାନ ପେଣ୍ଡି ୨ ଟା ଓ ୨ ଗୋଟି ରୁପା ପାଉଁଜି ଯାହାର ମୂଲ୍ୟ ଦେଢ଼ ଲକ୍ଷ ରୁ ଅଧିକ ହେବ, ଏହି ସବୁ ଚୋରୀ ଯାଇଛି, ଏହା ପୂର୍ବରୁ ଅସ୍ତରଙ୍ଗ ସ୍ଥିତ ଆଳସାହି ଗ୍ରାମ ରେ ଜଣେ ବ୍ୟକ୍ତି ଙ୍କ ଘରୁ ହାଇପ୍ରୋଫାଇଲ ଚୋରୀ ହୋଇଥିଲା, କିନ୍ତୁ ଅସ୍ତରଙ୍ଗ ପୋଲିସ ଚୋରୀ ହେବାର କିଛି ମାସ ପରେ ଚୋର ମାନଙ୍କୁ ପିପିଲି ରୁ ଧରିବାରେ ସଫଳତା ପାଇଥିଲା l ସେଥିପାଇଁ ଏହି ଚୋରୀ ର ତଦନ୍ତ କରାଯାଇ ଚୋର ମାନଙ୍କୁ ଯଥାଶୀଘ୍ର ଧରିବେ ବୋଲି ଫୌଜୀ ଙ୍କ ପରିବାର ପୋଲିସ ଉପରେ ଆସ୍ଥା ପ୍ରକଟ କରିଛନ୍ତି l