ଗଞ୍ଜାମ: ମାତିଛନ୍ତି ଲୁଟେରା । ମନ୍ଦିରକୁ ବି ଛାଡୁ ନାହାନ୍ତି । ହୁଣ୍ଡି ଭାଙ୍ଗି ଲୁଟିବା ସହ ବୁଲାଉଛନ୍ତି କଳାକନା । ଏପରି ଏକ ଘଟଣା ଗତ ରାତିରେ ବେଗୁନିଆପଡ଼ା ବ୍ଲକ କୋଦଳା ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲରେ ଘଟିଛି । ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟେରାମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ।
ରବିବାର ରାତିରେ ଚିଙ୍ଗୁଡ଼ିଖୋଲ ବହୁ ପୂରାତନ ମାଆ ଦଣ୍ଡକାଳୀଙ୍କ ମନ୍ଦିରରେ ଚୋରମାନେ ପଶି କଳା କନା ବୁଲାଇଛନ୍ତି । ଚୋରମାନେ ଦାନ ହୁଣ୍ଡି ଭାଙ୍ଗି ସେଥିରେ ଥିବା ସମସ୍ତ ଅର୍ଥକୁ ଲୁଟି ନେଇଛନ୍ତି । ସକାଳେ ମନ୍ଦିର ପୂଜାରୀ ଏହା ଦେଖିବା ପରେ ପରିଚାଳନା କମିଟିକୁ ଏହି ଘଟଣା ବାବଦରେ ଜଣାଇଥିଲେ । ଏହାପରେ ପରିଚାଳନା କମିଟି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି । ଗତ କିଛି ମାସ ହେଲା ଦାନ ହୁଣ୍ଡି ଖୋଲା ହୋଇଥିଲା ।