Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆପାଲି ହାଇସ୍କୁଲ ରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦ୍‌ଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ନାରାୟଣୀ ମନ୍ଦିରରେ ପୂଜାର୍ଚନା କରି ଏକ ମଶାଲ ଆଣି ଖେଳ ପଡିଆରେ ସ୍ଥାପନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ କ୍ରୀଡା ପତକା ଉତ୍ତୋଳନ କରି ପ୍ରତିଯୋଗିତା ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିତା ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ୟରେଡ଼ ପଦର୍ଶନ ହୋଇଥିଲା। ପ୍ରତିଯୋଗିତା କୁ ବିଦ୍ୟାଳୟ ର ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପଧାନ ଏବଂ ଅନ୍ୟ ଶିକ୍ଷକ ମାନେ ପରିଚାଳନା କରିଥିବା ବେଳେ ଏଥିରେ ୧୨ପ୍ରକାର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ରେ ବାଳିକା ଏବଂ ବାଳକ ବର୍ଗ ର ୧୦୦ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଶିକ୍ଷକ ପ୍ରତିନିଧି ପ୍ରମୋଦ କୁମାର ପାତ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପ ଓ ସମ୍ମାନୀତ ଅତିଥି ଭାବରେ ସ୍କୁଲ ପରିଚାଳନା କମିଟି ର ସଭାପତି ଲାଲାଜୀ ବେହେରା ଏବଂ କେନଝରିଆପାଲି କ୍ଳଷ୍ଟର ର ସିଆରସିସି ବିନୟ କୁମାର ବିଶ୍ୱାଳ ଯୋଗଦାନ କରି ୩୬ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବାଳକ ବର୍ଗ ରେ ସିଶାନ୍ତ ନାଏକ ଓ ବାଳିକା ବର୍ଗ ରେ ଯlଜ୍ଞସେନି ଖେତୀ ଚାମ୍ପିୟାନ ହୋଇଥିଲେ। କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଜୀବର୍ଦ୍ଧନ ରଣା ଧନ୍ୟବାଦ ଅର୍ପଣ ଦେଇଥିଲେ । ଖଣ୍ଡହତା ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ଖେଳ ଶିକ୍ଷକ ଶେଷଦେବ ପଧାନ ଏବଂ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଜଗଦୀଶ ପଧାନ, ଗୌରୀ ଶଙ୍କର ପୁଜାହାରୀ, ମୀନକେତନ ରଣା, କର୍ମଚାରୀ ସତ୍ୟନାରାୟଣ ରାଜହଂସ, ସିଧେଶ୍ଵର ମେଣ୍ଡିଲି, ଚିତ୍ତରଞ୍ଜନ ପଧାନ, ସରୋଜ କୁମାର ଭୁକ୍ତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ