Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁଟ୍ ପରେ ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବାଲେଶ୍ବର: ବ୍ୟାଙ୍କ ଲୁଟିଲେ । ଯିବା ବେଳେ ଲଗାଇ ଦେଲେ ନିଆଁ ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ବଜାରରେ । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ହୋଇଛି ଲୁଟ୍ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଗତରାତିରେ ଲୁଟେରାମାନେ ଗ୍ରୀଲ କାଟି ବ୍ୟାଙ୍କ ଭିତରେ ପଶି ଲୁଟ୍‌ କରିବା ପରେ ଲକରରେ ନିଆଁ ଲଗାଇ ଚମ୍ପଟ ମାରିଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ଧୂଆଁ ବାହୁରୁଥିବା ଦେଖି ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇଥିଲେ । ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି । ପ୍ରବଳ ଧୂଆଁ ବାହାରୁ ଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories