Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ବଳ ହେଲା ଲଘୁଚାପ, ଆଜିଠୁ କମିବ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ହେଲେ ଦୁର୍ବଳ । ଆଜିଠାରୁ ରାଜ୍ୟରେ କମିବ ବର୍ଷାର ପରିମାଣ । ସାମାନ୍ୟ ପଶ୍ଚିମ ଦିଗକୁ ଗତି କରିବା ପରେ ଦୁର୍ବଳ ହୋଇ ଲଘୁଚାପ । ରାଜ୍ୟର ଉପକୂଳ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଜାରି ରହିଛି । ଆଜିଠାରୁ ରାଜ୍ୟରୁ ଧୀରେ ଧୀରେ କମିବ ବର୍ଷା । ତେବେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସହ ମେଘୁଆ ପାଗ ଲାଗି ରହିଛି ।

କିଛିଦିନ ହେବ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଝିପିଝିପି ବର୍ଷାରେ ସାରା ଓଡ଼ିଶା ଭିଜୁଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଘରୁ ବାହାରିବା ବି ସମ୍ଭବ ହେଉ ନଥିଲା । ସେତିକି ନୁହେଁ ଅମଳ ସମୟରେ ଏହି ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବର୍ଷାରେ ଯୋଗୁଁ କ୍ଷେତରେ ପାଚିଲା ଫସଲ ଭିଜି ନଷ୍ଟ ହୋଇଛି । ବିଶେଷ କରି ଧାନ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି ବର୍ଷା । ଏହି ବର୍ଷା ଭିଜା ଧାନ କେମିତି ଅମଳ ହେବ, କେମିତି ବିକ୍ରି କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ପନିପରିବା ତ ବିଲରେ ପାଣିରେ ଭାସୁଛି । ବଜାରରେ ଦରଦାମ ଆକାଶଛୁଆଁ ହୋଇଥିବା ବେଳେ କ୍ଷେତରେ ବର୍ଷା ଯୋଗୁଁ ପନିପରିବା ନଷ୍ଟ ହୋଇଯାଇଛି । ଫଳରେ ବଜାରରେ ଦରଦାମ ଆହୁରି ବଢ଼ିବାର ଆଶଙ୍କା ଦେଖା ଦେଇଛି । ଯାହା ସାଧାରଣ ଲୋକଙ୍କ ଉପରେ ଆହୁରି ବୋଝ ପକାଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ