Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟୋ ଓଲଟି ୬ ଛାତ୍ରଛାତ୍ରୀ ଗୁରୁତର

ବାଲେଶ୍ବର: ଟ୍ୟୁସନ ଯାଉଥିବା ବେଳେ ଓଲଟିଲା ଅଟୋ । ଫଳରେ ୬ ଜଣ ଛାତ୍ରଛାତ୍ରୀ ହୋଇଛନ୍ତି ଗୁରୁତର । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅର୍ଜୁନପୁରରେ । ଆଦର୍ଶ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ନେଉଥିବା ଏକ ଅଟୋ ଓଲଟି ପଡ଼ିଲା ଛାତ୍ରାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଆଜି ସକାଳେ ୬ ଛାତ୍ରଛାତ୍ରୀ ଏକ ଅଟୋରେ ଅର୍ଜୁନପୁରଠାରେ ଥିବା ଆଦର୍ଶ ବିଦ୍ୟାଳୟକୁ ଟ୍ୟୁସନ ହେବାକୁ ଯାଉଥିଲେ । ମାତ୍ର ସୋର-କୁପାରୀ ରାସ୍ତା କୋଚିଆକୋଇଲିଠାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ପିଲାମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତି l ପିଲାମାନଙ୍କର ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories