Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୈତରଣୀକୁ ଡେଇଁ ପଡ଼ିଲେ ଦୋକାନୀ

କେନ୍ଦୁଝର: ବୈତରଣୀ ନଦୀ ପୋଲରୁ ଡେଇଁ ଦୋକାନୀଙ୍କ ଆତ୍ମହତ୍ୟା । ନଦୀରେ ଭାସୁଛି ତାଙ୍କ ମୃତଦେହ । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ଘଟିଛି । ମୃତକ ହେଲେ ବସନ୍ତ ପାତ୍ର ।

ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସନ୍ତଙ୍କର ଏକ ଦୋକାନ ରହିଛି । ଗତ ରାତି ୧୧ଟା ବେଳେ ସେ ନିଜ ସ୍କୁଟିକୁ ଚମ୍ପୁଆ ବୈତରଣୀ ପୋଲ ଉପରେ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ । ତାଙ୍କ ମୃତଦେହ ବୈତରଣୀ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି । ବସନ୍ତ ଚମ୍ପୁଆ-ଝାଡ଼ଖଣ୍ଡ ସୀମାରେ ଥିବା ବୈତରଣୀ ନଦୀରେ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ବସନ୍ତଙ୍କ ମୃତଦେହ ନଦୀର ଅପରପାର୍ଶ୍ୱରେ ଭାସୁଥିବା ଯୋଗୁଁ ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିଥିବା ବେଳେ ମୃତଦେହ ଉଦ୍ଧାର ହୋଇ ପାରିନି ।