Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

45 ଦିବ୍ୟାଙ୍ଗଙ୍କୁ ଦିଆଗଲା ଉପକରଣ ସହାୟତା

ବୀର ମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ବ୍ଲକରେ ମଧୁବାବୁ ପେନସନ୍ ଯୋଜନାରେ ଚିହ୍ନଟ ନୂତନ ହିତାଧିକାରୀ ମାନଙ୍କୁ ଆଜି ଭତ୍ତା ବଣ୍ଟନ ଏବଂ ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଉପକରଣ କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୂଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ ସହ ହିତାଧିକାରୀ ମାନଙ୍କୁ ଆବଶ୍ୟକତା ଅନୁସାରେ ସହାୟତା ଉପକରଣ ପ୍ରଦାନ କରିଥିଲେ । ଗୋଷ୍ଠି ଉନ୍ନୟନ ଅଧିକାରିଣୀ କରିସ୍ମା ଭେସ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶାନ୍ତିଳତା ମିଶ୍ର, ଜିଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର,ଜିଲା ପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ତରାଇ, ଡାକ୍ତର ସୁରେନ୍ଦ୍ର ଭୋଇ ପ୍ରମୁଖ ମଂଚାସୀନ ରହିଥିଲେ । ଏହି ଅବସରରେ ୧୯ ଜଣ ହିତାଧିକାରୀଙ୍କୁ ଭତା ଏବଂ ୪୫ ଜଣ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ଉପକରଣ ପ୍ରଦାନ କରାଯାଇଥିଲା । ସାମାଜିକ ସୁରକ୍ଷା ଅଧିକାରୀ କ୍ଷିରୋଦ ଭୂଷଣ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ