Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମଗାଁ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଳିଲା ଉଦଯାପିତ

ଝାରସୁଗୁଡା ୮/୧ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ମହିମା ଆଶ୍ରମରେ ବ୍ରହ୍ମାବଧୂତ ବୀରେନ୍ଦ୍ର ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ୯ ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଳିଲା ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଗତ ପୌଷ ଶୁକ୍ଳପକ୍ଷ ସପ୍ତମୀ ସୋମବାର ଅପରାହ୍ନ ୪ ଟାରେ କଳସ ଯାତ୍ରା, ସନ୍ଧ୍ୟା ୬ ଟାରେ ଅଖଣ୍ଡ ବତୀ ପ୍ରଜ୍ବଳନ, ବ୍ରହ୍ମଧୁନି ସ୍ଥାପନ,ଆଠ ଭଜନ, ଜଗତର କଲ୍ୟାଣ ନିମନ୍ତେ ପୂଜ୍ୟପାଦ ବୀରେନ୍ଦ୍ର ବାବା ବ୍ରହ୍ମଧୁନିରେ ଘୃତାହୁତି ସହ ବ୍ରହ୍ମଯଜ୍ଞ ଆରମ୍ଭ ହୋଇ ପୌଷ ଶୁକ୍ଳପକ୍ଷ ନବମୀ ବୁଧବାର ଦିବା ଗୋଟାଏ ସମୟରେ ଜଗତର କଲ୍ୟାଣ ନିମନ୍ତେ ବ୍ରହ୍ମଧୁନିରେ ଘୃତାହୁତି ଏବଂ ପୂର୍ଣ୍ଣାହୁତି ସହ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଳିଲା ମହୋତ୍ସବ ଉଦଯାପିତ ହୋଇଥିଲା । ଏହି ଅବସରରେ ବ୍ରହ୍ମାବଧୂତ ବୀରେନ୍ଦ୍ର ବାବା ବହୁ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ତାଙ୍କର ଆଶିଷ ବଚନ ଶୁଣାଇବା ସହିତ ହିଂସା,କ୍ରୋଧ,ଦ୍ଵେଷ,କୁକର୍ମ ଆଦି ସବୁ ତ୍ୟାଗ କରି ସତମାର୍ଗ ଅନୁସରଣ କରିବାକୁ ସଦ ଉପଦେଶ ଦେଇଥିଲେ । ସାଧୁସନ୍ଥଙ୍କ ମଧ୍ୟରେ ସାଧୁ ଜଗବନ୍ଧୁ ଦାସ, ସାଧୁ ଚିତ୍ରସେନ ଦାସ, ସାଧୁ ବିକ୍ରମ ଦାସ, ସାଧୁ ବାଦଲ ଦାସ, ସାଧୁ ଦୟା ଦାସ,ସାଧୁ ମହେନ୍ଦ୍ର ତ୍ୟାଗୀ, ସାଧୁ ଜଗଦୀଶ ତ୍ୟାଗୀ, ସାଧୁ ଚିତ୍ର ତ୍ୟାଗୀ,ସାଧୁ ସୁମନ୍ତ ତ୍ୟାଗୀ, ସାଧୁ ସଚିଦା ତ୍ୟାଗୀ ଯଜ୍ଞର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜ୍ୟପାଦ ବ୍ରହ୍ମାବଧୂତ ବୀରେନ୍ଦ୍ର ବାବା ମହୋଦୟଙ୍କ ଆଦେଶ ମତେ ଜାମଗାଁ ଜମିଦାର ମହେନ୍ଦ୍ର କୁମାର ସାଏ ଓ ପତ୍ନୀ ଜାମିନୀ ସାଏ, ଗୋପୀନାଥ ସାଏ ଓ ପତ୍ନୀ ପ୍ରବୀଣା ସାଏ, ବିପ୍ଳବ ସାଏ ଓ ପତ୍ନୀ ଦୀପାଞ୍ଜଳୀ ସାଏ କର୍ତ୍ତା ଦାୟିତ୍ୱ ସମ୍ପାଦନା କରିଥିଲେ ।
ଏହି ପରିପ୍ରେକ୍ଷୀରେ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌତମ ପଧାନ, ପ୍ରବଚକ କାଶୀନାଥ ବାବା,ବିଜେପି ରାଜ୍ୟ ଯୁବମୋର୍ଚା ସାଧାରଣ ସମ୍ପାଦକ ସୁଜିତ ସିଂ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ, ପଲସଦା ସରପଞ୍ଚ ତନୟା ଚାନ୍ଦ,ସୁନାରୀ ସରପଞ୍ଚ ନନ୍ଦିନୀ ସାହୁ ,ପଣ୍ଡରୀ ସରପଞ୍ଚ ସୁବାସିନୀ ସାହୁ, ବାଘମୁଣ୍ଡା ସରପଞ୍ଚ ସୁନିମା ପଧାନ, ସମରବଗା ସରପଞ୍ଚ ଲିଲିମା ବାରିକ, ଜାମଗାଁ ପୂର୍ବତନ ସରପଞ୍ଚ ବାସନ୍ତୀ ପଧାନ,ନରେନ୍ଦ୍ର ତିହିରିଆ, ଧୀରେନ୍ଦ୍ର ପଣ୍ଡା, ରୋହିତ ପଧାନ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରି ବାବା ମହୋଦୟ ଙ୍କ ଆଶୀର୍ବାଦ ନେଇଥିଲେ । ପ୍ରତ୍ୟେକ ଦିନ ସତସଙ୍ଗ, ପ୍ରବଚନ, କୃଷ୍ଣଗୁରୁ ଭଜନ, ଭାଗବତ ପାରାୟଣ କଥା,ବରଗଡ଼ ଅଞ୍ଚଳର ଅମୃତଧାରା ସଂକୀର୍ତ୍ତନ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା । ପଡୋଶୀ ଛତିଶଗଡ଼ ରାୟଗଡ଼,ସୁନ୍ଦରଗଡ ତଥା ଝାରସୁଗୁଡା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରା ଯାଇଥିଲା । ରେଙ୍ଗାଲି ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା ।
ଜାମଗାଁ ମହିମା ଆଶ୍ରମ ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ, ଡମ୍ବରୁଧର ପଧାନ, ସନତ ବାରିକ, ତପେଶ୍ୱର ପଧାନ, ଡୋଳାମଣି ପଧାନ, ଧନଞ୍ଜୟ ପଧାନ, ଆଶାରାମ ବେହେରା,ଯଦୁମଣି ଭୋଇ, ଉସତରାମ ବାରିକ, ମଙ୍ଗଳ ପଧାନ, ଖତୁ ସା, ଜୟରାମ ବାରିକ,ପଞ୍ଚାନନ ବାରିକ, ଅକ୍ଷୟ ପଧାନ, ବିକ୍ରମ ଡନସନା,ଜୟକୃଷ୍ଣ ପଧାନ,ଅକ୍ଷୟ ସା, ସୋମନାଥ କାଲୋ, ଜିତ କାଶିପଲିଆ,ବଲ୍ଲଭ ପଧାନ,ଧନିରାମ ଭୋଇ ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ