Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିକନିକ୍ ପାର୍ଟିଙ୍କୁ ଛାଡି ଫେରିବା ବେଳେ ରାସ୍ତା ତଳକୁ ଖସି ପଡ଼ିଲା ବସ୍

ପାରାଦୀପ: ପିକନିକ୍ ପାଇଁ ଲୋକକୁ ନେଇ ଯାଇଥିଲା । ପିକନିକ୍ ସ୍ପଷ୍ଟରେ ଲୋକଙ୍କୁ ଛାଡି ଫେରିବା ବେଳେ ବସ ଦୁର୍ଘଟଣା । ଫେରିବା ବେଳେ ରାସ୍ତା କଡ଼କୁ ଖସି ପଡ଼ିଥିଲା ବସଟି । ଘଟଣା କଟକ-ପାରାଦୀପ ରାସ୍ତାର ସନ୍ତରା ନିକଟରେ ଘଟିଛି ।

ଡଲଫିନ ଫୋର୍-ଜି ନାମକ ବସ୍‌ ପିକନିକ ପାର୍ଟିକୁ ନେଇ କୁଜଙ୍ଗ ମାଳହୁଙ୍କା ଯାଇଥିଲା । ସେଠାରେ ସମସ୍ତଙ୍କୁ ଓହ୍ଲାଇ ଦେଇ ବସ୍‌ଟି ଆଜି ଭୋର ସମୟରେ ପାରାଦୀପ ଫେରୁଥିଲା । ମାତ୍ର ସନ୍ତରା ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାର କାରଣ ଜଣାପଡି ନଥିବା ବେଳେ କେହି ଆହତ ହୋଇନାହାନ୍ତି ।

ଦୁର୍ଘଟଣା ପରେ ରାସ୍ତା ଜାମ ହୋଇ ଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକ ରହିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଚଳାଚଳ ସ୍ବଭାବିକ କରିଛି । ଏହାସହ ରାସ୍ତା କଡ଼ରେ ପଡ଼ିଥିବା ବସଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories