Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷେମାଲୋଏ ପଞ୍ଚାୟତ ରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ସର୍ବସାଧାରଣ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହା ସର୍ବସାଧାରଣ ଙ୍କ ସମସ୍ୟା ର ସମାଧାନ ପାଇଁ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ୧୩୬ଟି ଅଭିଯୋଗ ହସ୍ତଗତ ହୋଇଥିଲା । ସୋମବାର ସରପଞ୍ଚ ଯଶୋବନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଭ୍ରାଂଶୁ ଶେଖର ମଲ୍ଲିକ , ତହସିଲଦାର ପ୍ରଶାନ୍ତ ମହାରଣା , ଅତିରିକ୍ତ ତହସିଲଦାର ଗୋପୀନାଥ ବେହେରା , ସହକାରୀ ଯନ୍ତ୍ରୀ ମୁକ୍ତେଶ୍ଵର ମାଝୀ , କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱୟମ୍ଭୁ ପୁରୋହିତ , ଏଡିଇଓ ଗୈରାଙ୍କ ସାହୁ ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ରେ ଯୋଗଦାନ କରିଥିଲେ । ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ