Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠାରୁ ମିଳିବ ୩୫ ଶହ ଟଙ୍କା ଭତ୍ତା

ଭୁବନେଶ୍ବର: ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି । ସରକାରକୁ ଆସିବା ପରେ ପ୍ରତିଶ୍ରୁତି ପୂରଣ କରିଛି ବିଜେପି । ଏହି କ୍ରମରେ ଆଜି ରାଜ୍ୟର ବୟସ୍କ ଓ ଭିନ୍ନକ୍ଷମଙ୍କୁ ମିଳିବାକୁ ଯାଉଛି ୩୫ ଶହ ଟଙ୍କା ଭତ୍ତା ।

ଆଜିଠୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ୩୫ ଶହ ଟଙ୍କା ଭତ୍ତା । ସେହିପରି ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ବି ଉପକୃତ ହେବେ । ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଭତ୍ତା ପ୍ରଦାନ କରାଯିବ । ଏହାଦ୍ବାରା ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତରେ ଥିବା ବେଳେ ଏହି ଯୋଜନାର ଶୁଭାରମ୍ଭ କରିବେ । ଗତ ୩ ତାରିଖରେ ଏନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories