ପୁରୀ: କୋଣାର୍କ ବୁଲିବାକୁ ଯାଇ ଫେରିବା ବେଳେ ପୋଖରୀରେ ପଶିଗଲା କାର । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତକମାନେ ହେଲେ ମେଦିନପୁରର ସନାତନ ସେନାପତି ଏବଂ ନିମାପଡ଼ାର ସନ୍ଦୀପ ମହାପାତ୍ର । ଆହତମାନେ ହେଲେ ମେଦିନପୁରର ମନୀଷ ସେନାପତି ଏବଂ ବାଲିପାଟଣାର ପିକୁନ ପରିଡ଼ା ।
ଗତକାଲି ୪ ଜଣ ଏକ କାର୍ ଯୋଗେ କୋଣାର୍କ ବୁଲିବାକୁ ଯାଇ ଭୋଜିଭାତ କରି ଖାଇଥିଲେ । ବିଳମ୍ବିତ ରାତିରେ କାରରେ ୪ ଜଣ ଘରକୁ ଫେରୁଥିଲେ । ଏହି ସମୟରେ କୋଣାର୍କର ଜୁଣେଇ ଛକ ବଂଶୀବଜାରରେ ଟିକଟରେ ରାସ୍ତା ଉପରେ ଏକ ପିଚୁ ଗାଡ଼ି ଠିଆ ହୋଇଥିଲା । ଗାଡ଼ିଟିକୁ ସାଇଟ ଦେଇ କାରଟି ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀରେ ପଶିଯାଇଥିଲା । ଦୁର୍ଘଟଣାରେ ଗାଡ଼ି ଭିତରେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସହାଯ୍ୟରେ କାଟି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।