କଳାହାଣ୍ଡି: ଥୁଆମୂଳ ରାମପୁର ଥାନା ଅଧୀନସ୍ଥ ପେଙ୍ଗଢୁସି ଗାଁରେ ଜଣେ ଯୁବକଙ୍କ ମୃତ୍ୟୁ । ନାଟକ ଦେଖିବାକୁ ଯାଇଥିବା ବେଳେ ଯୁବକଙ୍କ ମୃତ୍ୟୁ ଘଟିଛି । ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଗତ ବୁଧବାର ଦିନ ପେଙ୍ଗଢୁସି ଗାଁକୁ ନାଟକ ଦେଖିବାକୁ ଯାଇଥିଲେ ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଭାଟିପାସ ଗାଁର ଲକ୍ଷ୍ମଣ ମାଝୀ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲିଠାରୁ ଥୁଆମୂଳ ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ସାମିଲ ହେଇଛନ୍ତି ।
ମୃତ ଶରୀରର ବିଭିନ୍ନ ସ୍ଥାନରେ ଦାଗ ରହିଛି । ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅନୁମାନ କରାଯାଉଛି । ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ସମେତ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି ।