Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡମ ଗାଁରେ ହତ୍ୟାକାଣ୍ଡ ସ୍ୱାମୀର ଇଟା ମାଡ଼ରେ ସ୍ତ୍ରୀ ମୃତ

ଝାରସୁଗୁଡ଼ା ୨୦/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୧୯ ଖଣ୍ଡ ମୌଜା ପିଥିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ମ ଗ୍ରାମରେ ରବିବାର ଏକ ହତ୍ୟାକାଣ୍ଡ ଘଟିଛି । ସ୍ୱାମୀର ଇଟା ମାଡ଼ରେ ସ୍ତ୍ରୀ ର ମୁତ୍ଯୁ ହୋଇଛି । ମୃତ ସ୍ତ୍ରୀ ଜଣକ ହେଉଛନ୍ତି ରେଙ୍ଗାଲି ଥାନା ଅନ୍ତର୍ଗତ ଗୁଡ଼ମ ଗାଁର ସରସ୍ୱତୀ ପଧାନ (୪୭) । ଅଭିଯୁକ୍ତ ସ୍ୱାମୀ ନେହେରୁ ପଧାନ ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।
ରେଙ୍ଗାଲି ପୁଲିସର ତଥ୍ୟ ଅନୁଯାୟୀ ଶନିବାର ରାତିରେ କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଧୀରେ ଧୀରେ ତାହା ଉଗ୍ରରୂପ ଧାରଣ କରିଥିଲା ଏବଂ ରାତି ପ୍ରାୟ ୧ ଟା ରୁ ୨ ଟା ମଧ୍ୟରେ ସ୍ୱାମୀ ନେହେରୁ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଇଟାରେ ସ୍ତ୍ରୀ ସରସ୍ୱତୀକୁ ବାରମ୍ବାର ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଜି ସକଳେ ଘଟଣା ସମ୍ପର୍କରେ ସେହି ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ମାନେ ରେଙ୍ଗାଲି ଥାନାକୁ ଖବର ଦେବା ପରେ ଘଟଣା ସ୍ଥଳରେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନଙ୍କ ନେତୃତ୍ୱରେ ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ଏବଂ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ ହୋଇଥିଲା । ରକ୍ତ ଲଗା ଇଟାକୁ ଜବତ କରିବା ସହିତ ବିଭିନ୍ନ ନମୁନା ସଂଗ୍ରହ କରିଥିଲେ । ଏହା ପରେ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଜୟନ୍ତୀ ବିଶି ଙ୍କ ଲିଖିତ ଅଭିଯୋଗ ଅନୁସାରେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ନେହେରୁ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ରେଙ୍ଗାଲି ଥାନା ଇନଚାର୍ଜ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ