ଏସଓଜି ଯବନାଙ୍କ ସ୍ବତନ୍ତ୍ର ଭତ୍ତି ବଢ଼ାଇଲେ ରାଜ୍ୟ ସରକାର


ଭୁବନେଶ୍ବର: ଏସଓଜି ଯବାନଙ୍କ ପାଇଁ ଖୁସି ଖବର । ସ୍ବତନ୍ତ୍ର ଭତ୍ତି ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ବିଭିନ୍ନ ଅପରେସନରେ ଯାଉଥିବା ଏସଓଜି ଯବାନଙ୍କ ସ୍ବତନ୍ତ୍ର ଭତ୍ତାକୁ ୮ ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଯବନାଙ୍କ ଭତ୍ତା ବୃଦ୍ଧି ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ସେ ଓଡ଼ିଶା ପୋଲିସର ଏସଓଜି ଯବାନଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଛତିଶଗଡ଼ରେ ସୁରକ୍ଷା ବାହିନୀଙ୍କ ମିଳିତ ଅପରେସନରେ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏଥିରେ ଯବାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ କହିବା ସହ ସେମାନଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।