ପାଚକ, ପାଚିକାଙ୍କ ଦରମା ବଢ଼ାଇଲେ ରାଜ୍ୟ ସରକାର


ଭୁବନେଶ୍ବର: ପାଚିକା, ପାଚକଙ୍କ ପାଇଁ ଖୁସି ଖବର । ଦରମା ବଢ଼ାଇଲେ ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ପାଚକ ଓ ପାଚିକାମାନେ ୨ ହଜାର ଟଙ୍କା ଦରମା ପାଉଥିଲେ । ଏବେ ଏହା ବଢ଼ି ୩ ହଜାର ଟଙ୍କା ହୋଇଛି ।

ଏହାଦ୍ବାରା ପିଏମ ପୋଷଣ (ମଧ୍ୟାହ୍ନ ଭୋଜନ) ଯୋଜନାରେ କାମ କରୁଥିବା ୧.୧୨ ଲକ୍ଷ ପାଚକ, ପାଚିକା । ଏଥିପାଇଁ ରାଜ୍ୟ ସରକାରଙ୍କୁ ବର୍ଷକୁ ଅତିରିକ୍ତ ୧୧୨ କୋଟି ଟଙ୍କା ବ୍ୟୟ କରିବାକୁ ପଡିବ । ପାଚକ, ପାଚିକାମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ନିୟୋଜିତ ହୋଇଥିବା ୧ ଲକ୍ଷ ୧୨ ହଜାର ୯୦ ଜଣ ପାଚକ, ପାଚିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ । ଏମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦ ହଜାର ୬୧୮ ସ୍କୁଲରେ ୪୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରୁଛନ୍ତି ।