୧୭ଟି ପ୍ରକଳ୍ପକୁ ମୋହନଙ୍କ ମଞ୍ଜୁରୀ


ଭୁବନେଶ୍ବର: ରାଜ୍ୟରେ ଦୃଢ଼ ହେବ ଶିଳ୍ପ ଇକୋ ସିଷ୍ଟମ । ଏଥିପାଇଁ ୧୭ଟି ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ୧୪୩ ତମ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହି ପ୍ରକଳ୍ପ ଗୁଡିକୁ ମଞ୍ଜୁରି ମିଳିଛି । ୧୭ଟି ପ୍ରମୁଖ ପ୍ରକଳ୍ପ ଜରିଆରେ ରାଜ୍ୟକୁ ୩ ହଜାର୮୮୩ କୋଟି ୭୨ ଲକ୍ଷ ଟଙ୍କାର ନିବେଶ ଆସିବ । ଫଳରେ ରାଜ୍ୟରେ ୧୨ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ନୂଆବର୍ଷ ଆରମ୍ଭରୁ ରାଜ୍ୟ ସରକାର ଶିଳ୍ପାୟନର ନୂଆ ଅଧ୍ୟାୟ । ଜାନୁଆରୀ ୧ ରେ ରାଜ୍ୟରେ ୪ ହଜାର ୨୨୨ କୋଟି ୨୪ ଲକ୍ଷ ଟଙ୍କାର ପୁଞ୍ଜିନିବେଶକୁ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ମଞ୍ଜୁରୀ ଦେଇଥିଲା । ୨୫ଟି ନୂଆ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୧୪ ହଜାର ୪୯୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । 

ସେହିପରି ଜାନୁଆରୀ ୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ୪୪,୭୯୩.୦୩ କୋଟି ନିବେଶକୁ ମଞ୍ଜୁରୀ ଦେଇଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୩ ହଜାର ୫ ନିଯୁକ୍ତି ମିଳିବ ବୋଲି କୁହାଯାଇଛି । ଆଲପ୍ସ ମାଇନିଂ ସର୍ଭିସେସ ସମ୍ବଲପୁରରେ ୬୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୨୦ ଲକ୍ଷ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ କୋଲ ଓ୍ୱାସେରୀ ପ୍ରତିଷ୍ଠା କରିବ । ୪୫୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିଛି ।

ସେହିପରି ଗଞ୍ଜାମ ଜିଲ୍ଲାରେ ୪ଟି ପ୍ରକଳ୍ପ ରହିଛି । ସେଥିମଧ୍ୟରୁ ୩୦୦ କୋଟି ଟଙ୍କା ନିବେଶରେ ହେଟେରୋ ଡଗ୍ରସ ଔଷଧ ପ୍ରସ୍ତୁତି କରିବ । ଏଥିରେ ୧୫୦୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିଛି । ଅନର ଲ୍ୟାବ ଲିମିଟେଡ ୩୦୦ କୋଟି ଟଙ୍କା ବ୍ୟୟରେ ଔଷଧ ପ୍ରସ୍ତୁତି ପାଇଁ ଯୋଜନା ରଖିଛି । ବିକାଶ ହସ୍ପିଟାଲିଟି ସଂସ୍ଥା ୬୦ କୋଟି ଟଙ୍କା ବ୍ୟୟରେ ହୋଟେଲ ନିର୍ମାଣ କରାଯିବ । ଫଳରେ ୧୫୫ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିବ । ସେହିପରି ଶ୍ରୀଜଗନ୍ନାଥ ଲାଇମ ଆଣ୍ଡ କେମିକାଲ ୫୯.୦୨ କୋଟି ଟଙ୍କା ବ୍ୟୟରେ କୁଇକ ଲାଇମ କାରଖାନା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି । ଏଥିରେ ୧୫୦ ନିଯୁକ୍ତି ସୁଯୋଗ ରହିଛି । ସେହିଭଳି ଯାଜପୁର ଜିଲ୍ଲାରେ ୪ଟି ପ୍ରକଳ୍ପ ଥିବା ବେଳେ ରାୟଗଡା, ଝାରସୁଗୁଡା, ଅନୁଗୋଳ ଓ ଢେଙ୍କାନାଳରେ ଗୋଟିଏ ଲେଖାଏଁ ଏବଂ ଖୋର୍ଦ୍ଧାରେ ଦୁଇଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।