Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ, ୪ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସୁନା ବ୍ୟବସାୟୀଙ୍କ ସୁନା ଲୁଟ ଘଟଣାରେ ଲୁଟେରା ଗାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ଏଥିରେ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କାର ଡ୍ରାଇଭର ବି ଅଛନ୍ତି । ଗତ ୨୧ ତାରିଖରେ ବାରିପଦା ସହରର ଜଣେ ସୁନା ବ୍ୟବସାୟୀଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏକ କାରରେ ବାରିପଦାରୁ ବାଲେଶ୍ଵର ଦୋକାନକୁ ଯାଉଥିଲା ।

୨୧ ତାରିଖ ରାତିରେ ବାରିପଦା ସହରର ଜଣେ ସୁନା ବ୍ୟବସାୟୀଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏକ କାରରେ ବାରିପଦାରୁ ବାଲେଶ୍ଵର ଦୋକାନକୁ ଯାଉଥିଲା । ଏହି ସମୟରେ ପାଲବଣି ନିକଟରେ ଏକ ବାଇକରେ ୩ ଜଣ ଦୁବୃର୍ତ୍ତ ଆସି ସବୁ ସୁନା ଅଳଙ୍କାର ଲୁଟି ନେଇଥିଲେ । କାର ଡ୍ରାଇଭରର ମେସେଜକୁ ଆଧାର କରି ପୋଲିସ ଘଟଣାର ପର୍ଦ୍ଦାଫାସ କରିଛି । ଗିରଫ ଅଭିଯୁକ୍ତମାନେ ବାରିପଦା ସହରର ବଡ଼ବଜାର ଅଞ୍ଚଳ ବୋଲି ଜଣାପଡିଥିବା ବେଳେ ଏମାନଙ୍କ ଘରୁ ସୁନା ଅଳଙ୍କାର ଜବତ କରିଛି ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ