Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁହୁଡ଼ି ହେଲା କାଳ: କଣ୍ଟେନରକୁ ପଛରୁ ପିଟିଲା ଆଉ ଏକ କଣ୍ଟେନର

ବାଲେଶ୍ବର: ଘନ କୁହୁଡ଼ି କାରଣରୁ ଦିଶିଲାନି ରାସ୍ତା । ଗୋଟିଏ କଣ୍ଟେନରକୁ ପଛରୁ ପିଟିଲା ଆଉ ଏକ କଣ୍ଟେନର । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ଵର ଜାତୀୟ ରାଜପଥରେ ।

ଦୁର୍ଘଟଣାରେ ଧକ୍କା ଦେଇଥିବା କଣ୍ଟେନରର ଡ୍ରାଇଭର କେବିନରେ ଚାପି ହୋଇ ରହିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ । ଦୁଇ ଘଣ୍ଟାର ପରିଶ୍ରମ ପରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ବାଲେଶ୍ୱରରୁ ଖଡକପୁର ରାସ୍ତା ମରାମତି ହେଉଥିବାରୁ ଆମ୍ବଳିଅଠା ବାଇପାସ୍ ନିକଟରେ ଡାଇଭର୍ଜନ ରହିଛି । ବାଲେଶ୍ୱର ପଟୁ ଖଡଗପୁର ଅଭିମୁଖେ ଯାଉଥିବା ପାର୍ଶଲ୍ ବୋଝେଇ କଣ୍ଟେନର ସେଠାରେ ସ୍ଲୋ ହୋଇଥିଲା । ଏହି ସମୟରେ ଘନ କୁହୁଡ଼ି ଯୋଗୁଁ କଣ୍ଟେନରଟି ଆଉ ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories