ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ରେ ଦଧିବାମନ ଯୁବକ ସଂଘ ଆନୁକୂଲ୍ୟରେ ଶ୍ରୀପଞ୍ଚମୀ ଉପଲକ୍ଷେ ହୋଇଥିବା ପ୍ରତିଭା ଉତ୍ସବ କାର୍ଯ୍ୟକ୍ରମ ମହକ ଅନୁଷ୍ଠିତ ହୋଇଯାଇଛି । ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ
ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ସୁଧାଂଶୁ ଶେଖର ପ୍ରଧାନ ପୌରୋହିତ୍ୟ କରିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ , ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ସ୍ଥାନୀୟ ସେବା ସମବାୟ ସମିତିର ସମ୍ପାଦକ ପ୍ରଫୁଲ୍ଲ ଦନ୍ତା , ସରପଞ୍ଚ ପ୍ରତିନିଧି ଗୋପାଳ ସେଠୀ , ଭାରତୀୟ ସେନା ବାହିନୀ ରେ କାର୍ଯ୍ୟରତ ପ୍ରମୋଦ ଜଗଦଲା , ଭାଜପା ନେତା ବେଣୁଧର ଦାସ , ସତ୍ୟବ୍ରତ ମିଶ୍ର , ସୁମନ୍ତ ଜଗଦଲା , ଗ୍ରାମ୍ୟ ପରିଚାଳନା କମିଟିର ସମ୍ପାଦକ ବାବୁଲାଲ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାରମ୍ଭ ରେ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିରେ ପ୍ରାୟ ଶହେ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ପ୍ରାଣବନ୍ଧୁ ସାହୁ , ଗୋପାଳ ସେଠୀ ଓ କୃତିବାସ ସାହୁ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ମୂଲ୍ୟାଙ୍କନ କରିଥିଲେ। ଏଥିରେ ବଡ଼ମାଳ ର ନୃତ୍ୟ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅମରପାଲି ର ନୃତ୍ୟ ଦଳ ଦ୍ଵିତୀୟ ଓ କୁଞ୍ଜାପାଲି ନୃତ୍ୟଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ କୁ ୨୫ ଶହ ଟଙ୍କା , ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଦଳ କୁ ୧୫ ଶହ ଟଙ୍କା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ କୁ ଏକ ହଜାର ଟଙ୍କା ସହିତ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହା ଦେଖିବାକୁ ଅଞ୍ଚଳର ଶତାଧିକ ଦର୍ଶକଙ୍କ ସମାଗମ ହୋଇଥିଲା ।