କଟକ: ଐତିହାସିକ କଟକ ବାଲିଯାତ୍ରାକୁ ଶେଷରେ ମିଳିଛି ଜାତୀୟ ମାନ୍ୟତା । ବହୁ ଦିନର ଦାବି ପରେ କେନ୍ଦ୍ର ବିଜେପି ସରକାର ଓଡ଼ିଶାବାସୀଙ୍କ ଏହି ସ୍ବପ୍ନ ପୂରଣ କରିଛନ୍ତି । ଏନେଇ କଟକ ମେୟର ସୁବାଷ ଚନ୍ଦ୍ର ସିଂହ ସୂଚନା ଦେଇଛନ୍ତି । ତତ୍କାଳୀନ ବିଜେଡି ସରକାର ବାଲିଯାତ୍ରାକୁ କିପରି ଜାତୀୟ ମାନ୍ୟତା ମିଳିବ ସେ ନେଇ ୨୦୧୯ରୁ କେନ୍ଦ୍ର ସରକାରଙ୍କ ନିକଟରେ ପତ୍ର ମାଧ୍ୟମରେ ଦୃଢ଼ ଦାବି ଉପସ୍ଥାପନ କରିବା ସହିତ ଏହାକୁ ଭବ୍ୟ ଆକାରରେ ଆୟୋଜନ କରିବା ଆରମ୍ଭ କରିଥିଲେ ।
ଏହାସହ ବିଜେଡି ସରକାର ଏହାକୁ ରାଜ୍ୟ ସ୍ତରୀୟ ଉତ୍ସବର ମାନ୍ୟତା ଦେଇଥିଲେ । ସିଏମସି ସହଯୋଗରେ ଜିଲ୍ଲା ପ୍ରଶାସନ ଯାତ୍ରାକୁ ୧୦ ଏକରରୁ ବଢ଼ାଇ ୩୬ ଏକର ଜମିରେ ଆୟୋଜନ କରିଥିଲେ । ଦୁଇ ହଜାର ପିଲାଙ୍କୁ ନେଇ ଡଙ୍ଗା ତିଆରି କରାଯାଇ ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡ ହାସଲ କରାଯାଇଥିଲା । ବାର୍ଲିରେ ଥାଇ ପ୍ରଧାନମନ୍ତ୍ରୀ ଏହି ଉତ୍ସବର ନା ନେଇଥିଲେ । ଏବେ ବାଲିଯାତ୍ରା ଜାତୀୟ ମାନ୍ୟତା ପାଇବା ପରେ ଏହାର କାୟାକଳ୍ପ ବଦଳିଯିବ ବୋଲି ମେୟର କହିଛନ୍ତି ।