Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପନିର୍ବାଚନ; ଆଜି ଟଙ୍କଧରଙ୍କ ଲାଗି ପ୍ରଚାର କଲେ ଭୋଜପୁରୀ ଷ୍ଟାର ମନୋଜ ତିୱାରୀ

ଝାରସୁଗୁଡା: ନିର୍ବାଚନ ଯେତେ ପାଖଉଛି, ସେତେ ଅଧିକ ତାତୁଛି ରାଜନୀତି। ସବୁ ଦଳ ନିଜ ନିଜ ଷ୍ଟାର ପ୍ରଚାରକଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲେଇଲେଣି। ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଲାଗି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି, ପ୍ରସିଦ୍ଧ ଭୋଜପୁରୀ ଷ୍ଟାର ତଥା ବିଜେପି ସାଂସଦ ମନୋଜ ତିୱାରୀ ।

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ରୋଡ ସୋ କରି ଭୋଟଭିକ୍ଷା କରିଛନ୍ତି ମନୋଜ ତିଓ୍ବାରୀ। ନିର୍ବାଚନ ଜିତିବା ଲାଗି ସବୁ ଦଳ ନିଜ ସାମର୍ଥ୍ୟ ଦେଖାଇବାରେ ଲାଗି ପଡ଼ିଛନ୍ତି। ଷ୍ଟାରଙ୍କୁ ପ୍ରଚାରକଙ୍କୁ ମୈଦାନରେ ଓହ୍ଲାଇ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛି ଦଳ। ମନୋଜ ତିୱାରୀ ବିଭିନ୍ନ ସ୍ଥାନରେ ରୋଡ ସୋ କରିବା ସହ ପ୍ରଚାର ସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ ଆସନ୍ତା ୭ ତାରିଖରେ ଝାରସୁଗୁଡା ନିର୍ବାଚନ ଲାଗି ହେବ ହାଇଭୋଲଟେଜ ପ୍ରଚାର। ଷ୍ଟାର ପ୍ରଚାରକ ଭାବେ ନିଜ ନିଜ ଦଳ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ