Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସଡିଜେଏମ ଙ୍କୁ ବିଦାୟ ସମ୍ୱର୍ଦ୍ଧନା

ବୀର ମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜ ପୁର ଏସ ଡି ଜେ ଏମ ଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା ଗୁରୁବାର ଦିଆଯାଇଛି l ସ୍ଥାନୀୟ ଓକିଲ ସଂଘ ତରଫରୁ ଆୟୋଜିତ ବିଦାୟ ସମ୍ୱର୍ଦ୍ଧନା ସଭାରେ ସଂଘର ସଭାପତି ରାଧାକାନ୍ତ ମହାକୁର ସଭାପତିତ୍ବ କରିଥିବାବେଳେ ବରିଷ୍ଠ ଦେୱାନୀ ଜଜ ସରୋଜିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ପକାଶ ଯେ ଏସ ଡି ଜେ ଏମ ସଂଘମିତ୍ରା ବିଶ୍ଵାଲ ଙ୍କ ପଦୋନ୍ନତି ହୋଇ ବରିଷ୍ଠ ଦେୱାନୀ ଜଜ ଭାବେ ପୁରି ଜିଲ୍ଲା ନିମାପଡାକୁ ବଦଳି ହୋଇଛି l ସଭାରେ ବରିଷ୍ଠ ଓକିଲ ଗଣପତି ପଣ୍ଡା, ବଳଦେବ ବେଦବାକ, ମଧୁସୂଦନ ଆଚାର୍ଯ୍ୟ, ଶ୍ରୀଧର ଦାଶ, ଯତୀନ ପାଣିଗ୍ରାହୀ ପ୍ରମୁଖ ନିଜସ୍ୱ ମତବ୍ୟକ୍ତ ରଖିଥିଲେ l ସଂଘର ସମ୍ପାଦକ ଉମା ଶଙ୍କର ପଣ୍ଡା, ବରିଷ୍ଠ ଓକିଲ ବିଷ୍ଣୁ ଚରଣ ପଣ୍ଡା, ଛବିଳ କର୍ଣ୍ଣ, ସୁଶୀଲ ପାଣିଗ୍ରାହୀ, ସବିତା ପଣ୍ଡା, ସଂଜୀବ ପଧାନ, ଗୌରୀଶଙ୍କର ପାଣିଗ୍ରାହୀ, ପ୍ରଫୁଲ୍ଲ ଗୁରୁ, ହିମାଂଶୁ ଭୋଇ, ସତ୍ୟବ୍ରତ ମିଶ୍ର ଯୁଧିଷ୍ଠିର ସାହୁ, ପ୍ରଦୀପ ରଥ ପ୍ରମୁଖ ବିଦାୟ ସମ୍ବଦ୍ଧନା ଜଣାଇ ଥିଲେ l ଶେଷରେ ସଂଘର ଉପସଭାପତି ରାଧାକାନ୍ତ ବାଘ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ