Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାଭିମାନ ଅଞ୍ଚଳରେ ପୁଷ୍ପା ୨ ଟିମ୍‌; ଆରମ୍ଭ ହେଲା ସୁଟିଂ

ମାଲକାନଗିରି: ଓଡ଼ିଶାରେ ଆରମ୍ଭ ହେଲା ଫିଲ୍ମ ପୁଷ୍ପା -୨ର ସୁଟିଂ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏହି ଆରମ୍ଭ ହୋଇଛି । ଫିଲ୍ମର ପୁରା ଟିମ୍‌ ମାଲକାନଗିରିରେ ପହଞ୍ଚିଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମାଲକାନଗିରିର ଜଙ୍ଗଲ, ପାହାଡ ଇଲାକାରେ ଫିଲ୍ମର ସୁଟିଂ କରାଯାଉଛି ।

ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସୁକୁମାର। ପୋଲାଣ୍ଡରୁ ଆସିଥିବା ଡିଓପି କୁବା ମିରେସଲୋ ଓ ଆସୋସିଏଟ ଡାଇରେକ୍ଟରଙ୍କ ସହ ୨୦ ଜଣିଆ ଟିମ୍ ମାଲକାନଗିରି ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛନ୍ତି। ସୁଟିଂ ଲାଗି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି।

ତେବେ ସୂଚନା ଅନୁଯାୟୀ ଜୁଲାଇରେ ସୁଟିଂରେ ଯୋଗ ଦେବେ ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ