Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକମପାଲି ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ପୁଲିସର ତଦନ୍ତ ଜାରି

ଝାରସୁଗୁଡା ୧୨/୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଭିକମପାଲି ଛକରେ ଥିବା ଏକ ମୋବାଇଲ ଦୋକାନର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ସୋମବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ କରି ନେଇ ଯାଇଥିବା ଦୋକାନ ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।
ତଥ୍ୟ ଅନୁଯାୟୀ ଭିକମପାଲି ଛକ ନିକଟରେ ଥିବା ମୋବାଇଲ ଦୋକାନର ମାଲିକ ସୁଶୀଳ ମେହେର ପ୍ରତ୍ୟେକ ଦିନ ଭଳି ସୋମବାର ସନ୍ଧ୍ୟା ୮ ଟା ସମୟରେ ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ । କିନ୍ତୁ ମଙ୍ଗଳବାର ସକାଳ ପ୍ରାୟ ସକାଳ ୬ ଟା ସମୟରେ ସେ ଦୋକାନକୁ ଆସି ଦେଖିଲା ବେଳକୁ ଦୋକାନ ର ତାଲା ଭଙ୍ଗା ହୋଇ ତଳେ ପଡିଛି ଏବଂ କବାଟ ଖୋଲା ରହିଛି । ଏହା ଦେଖି ତାଙ୍କ ଦୋକାନ ଚୋରୀ ହୋଇଥିବା ଅନୁମାନ କରି ରେଙ୍ଗାଲି ଥାନାକୁ ସୂଚନା ଦେଇଥିଲେ । ରେଙ୍ଗାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ବେଳେ ଲକ୍ଷାଧିକ ଟଙ୍କାର ନୂଆ ଓ ପୁରୁଣା ମୋବାଇଲ, ଲ୍ୟାପଟପ, ମୋବାଇଲ ଚାର୍ଜର, ଫ୍ୟାନ, ବ୍ଲୁଟୁଥ ଇୟର ଫୋନ, ମେମୋରୀ କର୍ଡ଼ ଆଦି ଦୁର୍ବୁତ୍ତ ମାନେ ଚୋରୀ କରି ନେଇ ଯାଇଥିବା ଜାଣିବାକୁ ପାଇଥିଲେ । ସେହିଭଳି ପଞ୍ଚଗାଁ ଛକରେ ଥିବା ବବୁଲୁ ମୋବାଇଲ ଦୋକାନ ଏବଂ ଅକ୍ଷୟ ଭୋଇ ଙ୍କ ଖଳିଦନା ଦୋକାନର ମଧ୍ୟ ଦୁର୍ବୁତ୍ତ ମାନେ ତାଲା ଭାଙ୍ଗି ତଳେ ପକାଇ ଦେଇଥିଲେ । ହେଲେ ଚୋରୀ କରିବାରରେ ସକ୍ଷମ ହୋଇ ନ ଥିଲେ । କିନ୍ତୁ ବହୁତ ଆଶ୍ଚର୍ଯ୍ୟ ବିଷୟ ଯେ ପଞ୍ଚଗାଁ ଛକରେ ଚାରିଜଣ ଗୃହରକ୍ଷୀ ରାତ୍ର କାଳୀନ ସୁରକ୍ଷା ଦାୟିତ୍ବରେ ଥିବା ସତ୍ବେ ସେମାନଙ୍କ ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଦୋକାନର ତାଲାକୁ ଦୁର୍ବୁତ୍ତ ମାନେ କିପରି ଭାଙ୍ଗିଲେ ତାହା ଅତି ଚିନ୍ତାର କାରଣ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେଣୁ ରାତ୍ର କାଳୀନ ପୁଲିସ ପ୍ୟାଟ୍ରୋଲିଂ କୁ କଡାକଡି କରିବା ପାଇଁ ସାଧାରଣ ରେ ଦାବି ହେଉଛି । ଏ ସମ୍ପର୍କରେ ରେଙ୍ଗାଲି ଥାନା ଇନଚାର୍ଜ ସମରେନ୍ଦ୍ର ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ତଦନ୍ତ ଜାରି ରହିଛି । ଯେଉଁ ମାନେ ଏହି ଚୋରୀ ଘଟଣାରେ ସମ୍ପୃକ୍ତ ଅଛନ୍ତି ଖୁବ ଶୀଘ୍ର ସେମାନଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ