Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ରଣବୀର ଆଲାହାବାଦିଆଙ୍କ ଅଡୁଆ

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ୟୁଟ୍ୟୁବର ରଣବୀର ଆଲାହାବାଦିଆଙ୍କ ବଢ଼ିଲା ଅଡୁଆ। ତାଙ୍କ ଘରେ ମୁମ୍ବାଇ ପୋଲିସ ଛାନବିନ କରିଛି। ରଣବୀର ଆଲାହାବାଦିଆ ଏକ ରିଆଲିଟି ଶୋ’ରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା। ଗାୟକ ବି ପ୍ରାକ୍ ୟୁଟ୍ୟୁବର ରଣବୀର ଆହ୍ଲବାଦିଆଙ୍କ ଉପରେ ବର୍ଷିବା ସହ ତାଙ୍କ ପଡକାଷ୍ଟରେ ସାମିଲ ହେବାକୁ ମନା କରିଛନ୍ତି। ଅପରପକ୍ଷରେ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସର୍ବଭାରତୀୟ ସିନେ ୱାର୍କର୍ସ ଆସୋସିଏସନ ବା ଏଆଇସିଡବ୍ଲୁଏ । ଏପରିକି ଅଶ୍ଲୀଳ କମେଣ୍ଟ ଜନିତ ତାଙ୍କର ଭିଡିଓ ଗୁଡିକୁ ୟୁଟ୍ୟୁବରୁ ଡିଲିଟ କରାଯାଇଛି। ପୂର୍ବରୁ ତାଙ୍କ ବିରୋଧରେ ଆସାମ ପୋଲିସ ମାମଲା ରୁଜୁ ପରେ ବାଧ୍ୟ ହୋଇ କ୍ଷମା ମାଗିଥିଲେ ରଣବୀର । ଆଲ୍ଲାହାବାଦିଆଙ୍କ ସହିତ, ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମଖିଜା, ସମୟ ରୈନା ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ