Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇତିହାସରେ ପ୍ରଥମ, ରାଷ୍ଟ୍ରପତି ଭବନରେ ଆଜି ହେବ ସ୍ବତନ୍ତ୍ର ବିବାହ

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ହେବ ଏକ ସ୍ବତନ୍ତ୍ର ବିବାହ ଉତ୍ସବ। ରାଷ୍ଟ୍ରପତି ଭବନସ୍ଥିତ ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ଏକ ସିଆରପିଏଫ ଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ। ଏହି ବିବାହ ଉତ୍ସବକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି।ସିଆରପିଏଫ ଅଫିସର ପୁନମ ଗୁପ୍ତାଙ୍କ ସହ ସିଆରପିଏଫ ଅଫିସର ଅବିନାଶ କୁମାରଙ୍କ ବିବାହ ସମ୍ପନ୍ନ ହେବ।ପୁନମ ଗୁପ୍ତାଙ୍କ ତ୍ଯାଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିଭୂତ କରିଥିଲା। ଫଳରେ ପୁନମଙ୍କ ବିବାହ ରାଷ୍ଟ୍ରପତି ଭବନରେ କରିବା ଲାଗି ସେ ପ୍ରସ୍ତାବ ଦେଇଥିଲେ। ରାଷ୍ଟ୍ରପତି ଭବନରେ ବିବାହ କରିବା କ୍ଷେତ୍ରରେ ପୁନମ ହେବେ ପ୍ରଥମ ଅଧିକାରୀ। ସିଆରପିଏଫର ପର୍ସନାଲ ସିକ୍ଯୁରିଟି ଅଫିସର ହେଉଛନ୍ତି ପୁନମ ଗୁପ୍ତା। ସେହିପରି ଅବିନାଶ କୁମାର ହେଉଛନ୍ତି ସିଆରପିଏଫର ଆସିଷ୍ଟାଣ୍ଟ କମିଶନର। ସେ ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ