Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର

ନୂଆଦିଲ୍ଲୀ: ମହାକାଶରୁ ପୃଥିବୀକୁ ଫେରିବେ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର। ମାର୍ଚ୍ଚ ମଧ୍ୟଭାଗ କିମ୍ବା ଶେଷ ଆଡକୁ ଉଭୟ ମହାକାଶଚାରୀ ମହାକାଶରୁ ଫେରିବା ନେଇ ସୂଚନା ଦେଇଛି ନାସା । ସ୍ପେସଏକ୍ସ ଆଗାମୀ ମହାକାଶଚାରୀ ଉଡ଼ାଣ ପାଇଁ କ୍ୟାପସୁଲକୁ ପରିବର୍ତ୍ତନ କରିବ। ୨୦୨୪ରେ ବୋଇଂର ଷ୍ଟାରଲାଇନର୍‌ ମହାକାଶଯାନ ଯୋଗେ ଆଇଏସଏସ ପାଇଁ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ମହାକାଶକୁ ଯାତ୍ରା କରିଥିଲେ। ଯାହାପରେ ଗତ ବର୍ଷ ଜୁନ ମାସରୁ ମହାକାଶଚାରୀ ମାନେ ସ୍ପଶ ସେଣ୍ଟରରେ ଅଟକି ରହିଛନ୍ତି। ତେବେ ଉଭୟଙ୍କୁ ମହାକାଶରେ ମାତ୍ର ୧୦ ଦିନ ବିତାଇବାର ଥିଲା। କିନ୍ତୁ ଯାନ୍ତ୍ରିକ ସମସ୍ୟା ଯୋଗୁଁ ସେମାନେ ଆଠ ମାସରୁ ଅଧିକ ସମୟ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ