Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ପରଦାକୁ ଆସୁଛି ଭିକି କୌଶଲଙ୍କ ଫିଲ୍ମ “ଛାବା”

ମୁମ୍ବାଇ: ଆଜି ରିଲିଜ ହେବାକୁ ଯାଉଛି ଭିକି କୌଶଲଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ “ଛାବା”। ଭିକିଙ୍କୁ ଫିଲ୍ମରେ ଛତ୍ରପତି ଶମ୍ଭାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ରଶ୍ମିକା ମନ୍ଦାନା ତାଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ଜଣେ ମରାଠା ଯୋଦ୍ଧାଙ୍କ ଉପରେ ତିଆରି ହୋଇଛି । ଫିଲ୍ମର ଟ୍ରେଲରଟି ବହୁତ ଚମତ୍କାର ଥିଲା। ଯାହାକୁ ଦର୍ଶକଙ୍କ ଭଲ ପାଇବା ମଧ୍ଯ ମିଳିଥିଲା।ତେବେ ଫିଲ୍ମଟି ୧୨-୧୫ କୋଟି ଟଙ୍କାର ପ୍ରଥମ ଦିନ ବ୍ୟବସାୟ କରିବା ନେଇ ଅନୁମାନ ଲଗାଇଛନ୍ତି ଟ୍ରେଡ ଆନାଲିଷ୍ଟ। ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ବେଳେ ଔରଙ୍ଗଜେବ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିବେ । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା, ନୀଲ ଭୂପଲମ, ପ୍ରଦୀପ ରାୱତ ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି।