ରାତ୍ରି ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ପୋଲିସ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ , ୫ ଜଣ ପୋଲିସ କର୍ମଚାରୀ ଗୁରୁତର


ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡ ସୁବଳୟା ଥାନାର ପେଟ୍ରୋଲିଙ୍ଗ ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ସକାଳ ଭୋରରେ ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ରାସ୍ତା କଡରେ ଥିବା ଏକ ବରଗଛକୁ ଧକ୍କାଦେଇ ରାସ୍ତାକଡରେ ଥିବା ୮ଫୁଟ ତଳ ବିଲ ଭିତରକୁ ଖସି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୁଚନା । ଫଳରେ ପାଞ୍ଚ ପୋଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସୁବଳୟା ପୋଲିସ୍ ଭୋର ସମୟରେ ପେଟ୍ରୋଲିଙ୍ଗ ସାରି ଥାନାକୁ ଫେରୁଥିବା ବେଳେ ସୁବଳୟା-ରେଢ଼ାଖୋଲ ରାସ୍ତା ବାଉରୀଯୋର୍ ପୋଲ ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗଛକୁ ଧକ୍କାଦେଇ ଗାଡି ରାସ୍ତା ତଳକୁ ଓଲଟି ପଡିଛି । ଏଥିରେ ସୁବଳୟା ଥାନା ସବ୍ ଇନ୍ସପେକ୍ଟରଙ୍କ ଦୀପ୍ତି ରଞ୍ଜନ ଦିଗାଲ୍, ଏଏସଆଇ ଏସ୍ ସେନ୍ଦ୍ରିଆଙ୍କ ସମେତ ପାଞ୍ଚ ପୋଲିସ୍ କର୍ମଚାରୀ ଥିବା ଜଣାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।