Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସକୁ ଫେରିଲେ ସୁର ରାଉତରାୟ, କାନ୍ଦି କାନ୍ଦି କହିଲେ…

ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ  ଦଳକୁ ଫେରି ଭାବବିହ୍ବଳ ହୋଇପଡ଼ିଛନ୍ତି ସୁର । ନିଜ ପ୍ରତିକ୍ରିୟା ରଖିଲା ବେଳେ କାନ୍ଦି ପକାଇଥିଲେ । ୯ ମାସ ପରେ ଦଳକୁ ଫେରିଛନ୍ତି ସୁର । ଦଳକୁ ଫେରିବା ପରେ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୁର କହିଛନ୍ତି, ଘରକୁ ଫେରିଛି ବହୁତ ଖୁସି । ମୋତେ ଅନ୍ୟାୟରେ କାଢି ଦିଆଯାଇଥିଲା । କଂଗ୍ରେସ ଭବନ ମୋ ମନ୍ଦିର, ଏଠି ନେହେରୁଙ୍କୁ ମୁଁ ପୂଜା କରୁଥିଲି । 

ସେ ଆହୁରି କହିଛନ୍ତି, କଂଗ୍ରେସକୁ ଆମେ ଏକାଠି କରିବା । ରାହୁଲ ଗାନ୍ଧୀଙ୍କୁ ଆଗରେ ରଖି ଆମେ ମାଡି ଚାଲିବା । ଭକ୍ତ ଦାସଙ୍କୁ ପିସିସି କରି ବହୁତ ଭଲ କାମ କରିଛି ଏଆଇସିସି । ୯ ମାସ ଯନ୍ତ୍ରଣା ଭୋଗିଛି । ହେଲେ ସଂଗଠନ କେବେ ଛାଡିନି । ଲୋକଙ୍କ ସମ୍ପର୍କରେ ରହିଛି ରହିବ । ସେହିପରି ବଡ ପୁଅ, ସାନପୁଅଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ସୁର ।

ସୂଚନାଯୋଗ୍ୟ, ପିସିସି ସଭାପତି ହେବା ପରେ ଭକ୍ତ ଚରଣ ଦାସ ଦଳରୁ ବହିଷ୍କୃତ ଓ ନିଲମ୍ବିତ ହୋଇଥିବା ସମସ୍ତ ନେତାଙ୍କ ଉପରୁ ପ୍ରତ୍ୟାହାର ଆଦେଶ ଉଠାଇ ଦେଇଥିଲେ । ଏହାପରେ ସୁର କଂଗ୍ରେସରେ ପୁଣି ଥରେ ସାମିଲ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ